ଭୁବନେଶ୍ୱର: ପୂର୍ବତନ ବିଧାୟକଙ୍କ ଦରମା ଓ ପେନସନ ବୃଦ୍ଧିକୁ ନେଇ ଦାବି ଜୋର ଧରିଛି। ପୂର୍ବତନ ବିଜେଡି ବିଧାୟକ ଶଶୀ ଭୂଷଣ ବେହେରା କହିଛନ୍ତି, ବର୍ତ୍ତମାନ ସମୟରେ ଦରମା ଓ ପେନସନ ବୃଦ୍ଧିର ଆବଶ୍ୟକତା ରହିଛି।
ତାଙ୍କ କହିବା ଅନୁଯାୟୀ, ଅନେକ ପୂର୍ବତନ ବିଧାୟକ ଆର୍ଥିକ ସମସ୍ୟା ମଧ୍ୟରେ ଜୀବନ ବିତାଉଛନ୍ତି। ବୟସ ବଢ଼ିବା ସହ ଦୈନନ୍ଦିନ ଖର୍ଚ୍ଚ, ପରିବାରର ଦାୟିତ୍ୱ ଓ ଅନ୍ୟାନ୍ୟ ଆର୍ଥିକ ଆବଶ୍ୟକତା ବଢ଼ୁଥିବାରୁ ପେନସନ ବୃଦ୍ଧି ଆବଶ୍ୟକ ବୋଲି ସେ ମତ ରଖିଛନ୍ତି।
ସେହିପରି, ସମସ୍ତ ପୂର୍ବତନ ବିଧାୟକଙ୍କ ଆର୍ଥିକ ସ୍ଥିତି ଏକାଭଳି ନୁହେଁ ବୋଲି ଶଶୀ ଭୂଷଣ ବେହେରା କହିଛନ୍ତି। କେତେକ ପୂର୍ବତନ ବିଧାୟକ ନିଜର ପୁଞ୍ଜି ଓ ଅନ୍ୟାନ୍ୟ ଆୟ ଉତ୍ସ ଯୋଗୁଁ ଆରାମରେ ଜୀବନ ବିତାଉଥିବା ବେଳେ ଅନେକଙ୍କ ଆର୍ଥିକ ସ୍ଥିତି ଦୁର୍ବଳ ରହିଛି।
ତେଣୁ ସରକାର ସବୁ ଦିଗକୁ ବିଚାରକୁ ନେଇ ପୂର୍ବତନ ବିଧାୟକଙ୍କ ଦରମା ଓ ପେନସନ ବୃଦ୍ଧି ନେଇ ନିଷ୍ପତ୍ତି ନେବା ଦରକାର ବୋଲି ସେ ଦାବି କରିଛନ୍ତି। ଆର୍ଥିକ ଆବଶ୍ୟକତା, ବର୍ତ୍ତମାନର ଜୀବନଧାରଣ ଖର୍ଚ୍ଚ ଓ ପୂର୍ବତନ ବିଧାୟକଙ୍କ ସାମାଜିକ ଦାୟିତ୍ୱକୁ ନଜରରେ ରଖି ସରକାର ଏହି ପ୍ରସଙ୍ଗରେ ବିଚାର କରିବା ଉଚିତ ବୋଲି ତାଙ୍କ ମତ।
