Uncategorized

ଜୁଭେନାଇଲ୍ ଜଷ୍ଟିସ୍ ଆକ୍ଟର ଦଶବର୍ଷର ସମୀକ୍ଷା: ଶିଶୁଙ୍କ ଅଧିକାର, ସୁରକ୍ଷା ଓ ପୁନର୍ବାସ ଉପରେ ଗୁରୁତ୍ୱ

Spread the love

ଭୁବନେଶ୍ୱର: ଜୁଭେନାଇଲ୍ ଜଷ୍ଟିସ୍ (କେୟାର ଆଣ୍ଡ ପ୍ରୋଟେକ୍ସନ୍ ଅଫ୍ ଚିଲ୍ଡ୍ରେନ୍) ଆକ୍ଟ, ୨୦୧୫ର ଏକ ଦଶନ୍ଧିର କାର୍ଯ୍ୟାନ୍ୱୟନ ଓ ଆଗାମୀ ଦିନର ରଣନୀତି ନେଇ ରାଜ୍ୟସ୍ତରୀୟ ଷ୍ଟେକହୋଲ୍ଡର୍ସ କନସଲଟେସନ୍ ଅନୁଷ୍ଠିତ ହୋଇଛି। କାର୍ଯ୍ୟକ୍ରମରେ ଶିଶୁଙ୍କ ଅଧିକାର, ସୁରକ୍ଷା, ନ୍ୟାୟ, ପୁନର୍ବାସ ଏବଂ ଆଇନର ପ୍ରଭାବୀ କାର୍ଯ୍ୟାନ୍ୱୟନ ନେଇ ବିସ୍ତୃତ ଆଲୋଚନା ହୋଇଥିଲା।

ଜୁଭେନାଇଲ୍ ଜଷ୍ଟିସ୍ ବ୍ୟବସ୍ଥାରେ ରହିଥିବା ବିଭିନ୍ନ ଚ୍ୟାଲେଞ୍ଜ, ଏହାର ସମାଧାନ ଏବଂ ଆଗାମୀ ଦିନରେ ଶିଶୁଙ୍କ ପାଇଁ ଅଧିକ ପ୍ରଭାବୀ ନ୍ୟାୟ ଓ ସୁରକ୍ଷା ବ୍ୟବସ୍ଥା କିପରି ସୁଦୃଢ଼ କରାଯିବ, ସେନେଇ ବିଭିନ୍ନ ଷ୍ଟେକହୋଲ୍ଡର ମତ ବିନିମୟ କରିଥିଲେ।

ଉଦ୍‌ଘାଟନୀ ଅଧିବେଶନରେ ଓଡ଼ିଶା ହାଇକୋର୍ଟର ଜୁଭେନାଇଲ୍ ଜଷ୍ଟିସ୍ କମିଟିର ଅଧ୍ୟକ୍ଷା ଜଷ୍ଟିସ୍ ସାବିତ୍ରୀ ରଥ, ମହିଳା ଓ ଶିଶୁ ବିକାଶ ବିଭାଗର କମିଶନର-କମ୍-ସଚିବ ଡ. ମୃଣାଳିନୀ ଦରୱାଲ୍ ଏବଂ ୟୁନିସେଫ୍‌ର ଓଡ଼ିଶା ହେଡ୍ ପ୍ରଶାନ୍ତ ଦାଶଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀ ଓ ଷ୍ଟେକହୋଲ୍ଡର ଯୋଗ ଦେଇଥିଲେ।

ମୁଖ୍ୟ ଅତିଥି ଭାବେ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ୍ ହରିଶ ଟଣ୍ଡନ ଯୋଗଦେଇ ଶିଶୁଙ୍କ ସୁରକ୍ଷା ଓ ନ୍ୟାୟ ପ୍ରଦାନ ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରିବା ଉପରେ ଗୁରୁତ୍ୱ ଦେଇଥିଲେ।

ଜଷ୍ଟିସ୍ ଟଣ୍ଡନ କହିଥିଲେ ଯେ, ଜୁଭେନାଇଲ୍‌ମାନେ ସବୁବେଳେ ନିଜ ଇଚ୍ଛାରେ ଆଇନର ପରିସରକୁ ଆସନ୍ତି ନାହିଁ। ଅନେକ ସମୟରେ ପରିସ୍ଥିତି ସେମାନଙ୍କୁ ଏଭଳି ସ୍ଥିତିକୁ ନେଇଆସିଥାଏ। ତେଣୁ ଏଭଳି ଶିଶୁଙ୍କ ମାନସିକ ସ୍ଥିତିକୁ ବୁଝିବା ସହ ସେମାନଙ୍କ ପୁନର୍ବାସ କ୍ଷେତ୍ରରେ ମନସ୍ତତ୍ତ୍ୱବିତ୍‌ଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ।

ସେହିପରି ସୋସିଆଲ୍ ମିଡିଆର ଶିଶୁମାନଙ୍କ ଉପରେ ପଡ଼ୁଥିବା ପ୍ରଭାବ ନେଇ ମଧ୍ୟ ଜଷ୍ଟିସ୍ ଟଣ୍ଡନ ଚିନ୍ତା ପ୍ରକାଶ କରିଥିଲେ। ସୋସିଆଲ୍ ମିଡିଆର ପ୍ରଭାବ ଅନେକ କ୍ଷେତ୍ରରେ ‘କାସ୍କେଡିଂ ଇଫେକ୍ଟ’ ସୃଷ୍ଟି କରୁଥିବାରୁ ଶିଶୁମାନଙ୍କ ଉପରେ ଏହାର ପ୍ରଭାବକୁ ଗୁରୁତ୍ୱର ସହ ବିଚାର କରିବା ଆବଶ୍ୟକ ବୋଲି ସେ କହିଥିଲେ। (ଜଷ୍ଟିସ୍ ହରିଶ ଟଣ୍ଡନ, ମୁଖ୍ୟ ବିଚାରପତି, ଓଡ଼ିଶା ହାଇକୋର୍ଟ)

ଆଇନ ସହ ସଂଘର୍ଷରେ ଥିବା ଶିଶୁଙ୍କ ଅଧିକାର ଉପରେ ଆଲୋଚନା

କାର୍ଯ୍ୟକ୍ରମରେ ‘ଆଇନ ସହ ସଂଘର୍ଷରେ ଥିବା ଶିଶୁଙ୍କ ଅଧିକାର’ ଶୀର୍ଷକରେ ପ୍ୟାନେଲ୍ ଆଲୋଚନା ହୋଇଥିଲା। ହେନିଅସ୍ ଅପରାଧ ମାମଲାରେ ପ୍ରାରମ୍ଭିକ ମୂଲ୍ୟାୟନ, ପ୍ରି-ପ୍ରଡକ୍ସନ୍, ପୋଷ୍ଟ-ପ୍ରଡକ୍ସନ୍ ଏବଂ ପୁନର୍ବାସ ଭଳି ବିଭିନ୍ନ ଦିଗ ଉପରେ ବିଶେଷ ଆଲୋଚନା ହୋଇଥିଲା।

ଶିଶୁଙ୍କ ସହ ଜଡ଼ିତ ମାମଲାରେ ନ୍ୟାୟିକ ପ୍ରକ୍ରିୟା ସହ ସେମାନଙ୍କ ମାନସିକ ଓ ସାମାଜିକ ପୁନର୍ବାସକୁ ମଧ୍ୟ ସମାନ ଗୁରୁତ୍ୱ ଦେବା ଉପରେ ମତ ପ୍ରକାଶ ପାଇଥିଲା।

ଓଡ଼ିଶାରେ ଜୁଭେନାଇଲ୍ ଜଷ୍ଟିସ୍ ବ୍ୟବସ୍ଥାର ପ୍ରଭାବୀ କାର୍ଯ୍ୟାନ୍ୱୟନ ପାଇଁ ନ୍ୟାୟ ବ୍ୟବସ୍ଥା, ମହିଳା ଓ ଶିଶୁ ବିକାଶ ବିଭାଗ, ପୁଲିସ, ଶିଶୁ ସୁରକ୍ଷା ସଂସ୍ଥା ଏବଂ ଅନ୍ୟାନ୍ୟ ଷ୍ଟେକହୋଲ୍ଡରଙ୍କ ମଧ୍ୟରେ ସମନ୍ୱୟ ଆହୁରି ବଢ଼ାଇବା ଉପରେ ଗୁରୁତ୍ୱ ଦିଆଯାଇଥିଲା। (ଡ. ମୃଣାଳିନୀ ଦରୱାଲ୍, କମିଶନର-କମ୍-ସଚିବ, ମହିଳା ଓ ଶିଶୁ ବିକାଶ ବିଭାଗ)

ପ୍ରଶାନ୍ତ ଦାଶ, ଓଡ଼ିଶା ହେଡ୍, ୟୁନିସେଫ୍ :-

ଜୁଭେନାଇଲ୍ ଜଷ୍ଟିସ୍ ଆକ୍ଟର ଦଶବର୍ଷର ଯାତ୍ରାର ସମୀକ୍ଷା ସହ ଆଗାମୀ ଦିନରେ ଶିଶୁଙ୍କ ଅଧିକାର ଓ ସୁରକ୍ଷାକୁ ଆହୁରି ସୁଦୃଢ଼ କରିବା ଏହି ଆଲୋଚନାର ପ୍ରମୁଖ ଲକ୍ଷ୍ୟ ରହିଥିଲା।

Leave a Reply

Your email address will not be published. Required fields are marked *