ପାଣିପାଗ ରାଜ୍ୟ ଲାଇଫ ଷ୍ଟାଇଲ ସାମାଜିକ ସ୍ୱତନ୍ତ୍ର

ସମ୍ଭାବ୍ୟ ବାତ୍ୟା ମୁକାବିଲା ପାଇଁ ଶକ୍ତି ବିଭାଗ ପ୍ରସ୍ତୁତ, ବିଦ୍ୟୁତ୍‌ ସେବା ପୁନଃସ୍ଥାପନ ଉପରେ ଗୁରୁତ୍ୱ

Spread the love

ପ୍ରଭାବିତ ଜିଲ୍ଲାଗୁଡ଼ିକ ଉପରେ ସ୍ୱତନ୍ତ୍ର ନଜର ରଖିବାକୁ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର: ସମ୍ଭାବ୍ୟ ବାତ୍ୟାର ମୁକାବିଲା ଏବଂ ବାତ୍ୟା ପରବର୍ତ୍ତୀ ବିଦ୍ୟୁତ୍‌ ସେବାର ସୁପରିଚାଳନା ପାଇଁ ଶକ୍ତି ବିଭାଗ ପକ୍ଷରୁ ପ୍ରସ୍ତୁତି ଜୋରଦାର କରାଯାଇଛି। ଏହି ପରିପ୍ରେକ୍ଷୀରେ ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ ଏବଂ ଶକ୍ତି ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଆଜି ବିଭାଗୀୟ ପ୍ରସ୍ତୁତିର ସମୀକ୍ଷା କରିଛନ୍ତି।

ଏହି ସମୀକ୍ଷା ବୈଠକରେ ଟାଟା ପାୱାରର ସିଇଓ ତଥା ଏମ୍‌ଡି ଡ. ପ୍ରବୀର କୁମାର ସିହ୍ନା ଏବଂ ଟିପିସିଓଡିଏଲ୍‌ର ସିଇଓ ଗଜାନନ କାଲେ ଯୋଗଦେଇଥିଲେ। ସମ୍ଭାବ୍ୟ ବାତ୍ୟା ଯୋଗୁଁ ବିଦ୍ୟୁତ୍‌ ସରବରାହ ବ୍ୟବସ୍ଥା ଯେପରି ଅଧିକ ପ୍ରଭାବିତ ନ ହୁଏ, ସେଥିପାଇଁ ଆବଶ୍ୟକ ପ୍ରତିଷେଧକ ପଦକ୍ଷେପ ଗ୍ରହଣ କରିବା ଉପରେ ଆଲୋଚନା ହୋଇଛି।

ବାତ୍ୟା ପ୍ରଭାବିତ ହେବାର ଆଶଙ୍କା ଥିବା ଜିଲ୍ଲାଗୁଡ଼ିକରେ ବିଶେଷ ଧ୍ୟାନ ଦେବା ସହ ଆବଶ୍ୟକ ପ୍ରସ୍ତୁତି ଓ ତତ୍ପରତା ବଜାୟ ରଖିବାକୁ ଉପମୁଖ୍ୟମନ୍ତ୍ରୀ ଶ୍ରୀ ସିଂହଦେଓ ନିର୍ଦ୍ଦେଶ ଦେଇଛନ୍ତି।

ସେହିପରି ବାତ୍ୟା ପରେ ବିଦ୍ୟୁତ୍‌ ସରବରାହ ପୁନଃସ୍ଥାପନ ଏବଂ ମରାମତି କାର୍ଯ୍ୟକୁ ଶୀଘ୍ର ସମ୍ପନ୍ନ କରିବା ପାଇଁ ଶକ୍ତି ବିଭାଗ ପକ୍ଷରୁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଆବଶ୍ୟକ ସ୍ଥଳେ ତୁରନ୍ତ ପଦକ୍ଷେପ ନେବା ଏବଂ ବିଦ୍ୟୁତ୍‌ ସେବାକୁ ସ୍ୱାଭାବିକ କରିବା ଉପରେ ଗୁରୁତ୍ୱ ଦିଆଯାଇଛି।

ଏଥିସହ ବର୍ଷା ଓ ପବନ ସମୟରେ ଜନସାଧାରଣଙ୍କୁ ସତର୍କ ରହିବା ଏବଂ ବିଦ୍ୟୁତ୍‌ ସମ୍ବନ୍ଧୀୟ ସୁରକ୍ଷା ନିୟମ ପାଳନ କରିବା ନେଇ ସଚେତନ କରାଯାଉଛି। ସମ୍ଭାବ୍ୟ ବାତ୍ୟାର ସଫଳ ମୁକାବିଲା ସହ ବିଦ୍ୟୁତ୍‌ ସେବାର ସୁରକ୍ଷା ଓ ଶୀଘ୍ର ପୁନଃସ୍ଥାପନ ପାଇଁ ଶକ୍ତି ବିଭାଗ ସମ୍ପୂର୍ଣ୍ଣ ସଜାଗ ରହିଥିବା ଜଣାପଡ଼ିଛି।

Leave a Reply

Your email address will not be published. Required fields are marked *