ରାଜନୀତି ରାଜ୍ୟ ଲାଇଫ ଷ୍ଟାଇଲ ସାମାଜିକ ସ୍ୱତନ୍ତ୍ର

ଯୁବପିଢ଼ିଙ୍କ ସହ ଯୋଡ଼ି ହେବାରେ ସୋସିଆଲ ମିଡିଆ ଗୁରୁତ୍ୱପୂର୍ଣ୍ଣ: ଲେଲିନ ମହାନ୍ତv

Spread the love

ସୁଜାତା ଅପାଙ୍କ ନୂଆ ଯୋଗାଯୋଗ ମାଧ୍ୟମକୁ ପ୍ରଶଂସା, ନବୀନଙ୍କ ବାର୍ତ୍ତା ଲୋକଙ୍କ ପାଖରେ ପହଞ୍ଚାଇବାରେ ହେବ ସହାୟକ

ଭୁବନେଶ୍ୱର: ଆଜିର ଡିଜିଟାଲ ଯୁଗରେ ଯୁବପିଢ଼ି, ମହିଳା ଓ ଛାତ୍ରଛାତ୍ରୀଙ୍କ ସହ ଯୋଡ଼ି ହେବା ପାଇଁ ସୋସିଆଲ ମିଡିଆ ଏକ ପ୍ରମୁଖ ମାଧ୍ୟମ ପାଲଟିଛି। ଏହି ପରିପ୍ରେକ୍ଷୀରେ ସୁଜାତା ଅପାଙ୍କ ନୂଆ ଯୋଗାଯୋଗ ମାଧ୍ୟମ ଆରମ୍ଭ ପଦକ୍ଷେପକୁ ପ୍ରଶଂସା କରିଛନ୍ତି ଲେଲିନ ମହାନ୍ତ।

ଲେଲିନ ମହାନ୍ତ କହିଛନ୍ତି ଯେ, ସୁଜାତା ଅପା ବିଭିନ୍ନ ସମୟରେ ଛାତ୍ରଛାତ୍ରୀ ଓ ଯୁବବର୍ଗଙ୍କ ସହ ଯେଉଁଭଳି ଯୋଗାଯୋଗ ସ୍ଥାପନ କରନ୍ତି, ତାହା ନିଆରା। ବର୍ତ୍ତମାନର ଯୁବପିଢ଼ି ଏକ୍ସ, ଇନଷ୍ଟାଗ୍ରାମ ଓ ଫେସବୁକ୍ ଭଳି ସୋସିଆଲ ମିଡିଆ ପ୍ଲାଟଫର୍ମରେ ସକ୍ରିୟ ରହୁଥିବାରୁ ଏହି ମାଧ୍ୟମରେ ଲୋକଙ୍କ ସହ ଯୋଡ଼ି ହେବା ଏବଂ ସେମାନଙ୍କ ମତାମତ ଶୁଣିବାର ଗୁରୁତ୍ୱ ବଢ଼ିଛି।

ବିଜୟାଦଶମୀ ଭଳି ପବିତ୍ର ଦିନରେ ସୁଜାତା ଅପା ଏକ ନୂଆ ଯୋଗାଯୋଗ ମାଧ୍ୟମ ଆରମ୍ଭ କରିଥିବାରୁ ସେ ଖୁସି ବ୍ୟକ୍ତ କରିଛନ୍ତି। ଓଡ଼ିଶା ବର୍ତ୍ତମାନ ଏକ ସନ୍ଧିକ୍ଷଣ ଦେଇ ଗତି କରୁଥିବା ବେଳେ ଲୋକଙ୍କ ସହ ସିଧାସଳଖ ଯୋଡ଼ି ହେବା ଏବଂ ନିଜର ବାର୍ତ୍ତା ପହଞ୍ଚାଇବା ଦିଗରେ ଏହି ପଦକ୍ଷେପ ଗୁରୁତ୍ୱ ବହନ କରୁଥିବା ସେ ମତ ଦେଇଛନ୍ତି।

ସେ ଆହୁରି କହିଛନ୍ତି ଯେ, ସୁଜାତା ଅପା ଆଗାମୀ ଦିନରେ ମଧ୍ୟ ଏହି ଯୋଗାଯୋଗ ପ୍ରକ୍ରିୟାକୁ ଜାରି ରଖିବେ ଏବଂ ଯୁବପିଢ଼ି, ମହିଳା ଓ ଛାତ୍ରଛାତ୍ରୀଙ୍କ ସହ ନିଜର ସମ୍ପର୍କକୁ ଆହୁରି ମଜବୁତ କରିବେ ବୋଲି ତାଙ୍କର ଆଶା ରହିଛି।

ଏହା ସହ ଲେଲିନ ମହାନ୍ତ ନବୀନ ପଟ୍ଟନାୟକଙ୍କ ନେତୃତ୍ୱ ଓ ଓଡ଼ିଶା ପ୍ରତି ତାଙ୍କର ସମର୍ପଣ ଭାବକୁ ଉଲ୍ଲେଖ କରିଛନ୍ତି। ନବୀନ ପଟ୍ଟନାୟକ ତାଙ୍କର ପରିବର୍ତ୍ତନମୂଳକ ରାଜନୀତି ଓ ଓଡ଼ିଶା ପ୍ରତି ଅବଦାନ ପାଇଁ ସାଢ଼େ ଚାରି କୋଟି ଓଡ଼ିଆଙ୍କ ହୃଦୟରେ ସ୍ଥାନ ପାଇଛନ୍ତି ବୋଲି ସେ କହିଛନ୍ତି। ସୁଜାତା ଅପାଙ୍କ ଏହି ନୂଆ ଯୋଗାଯୋଗ ମାଧ୍ୟମ ନବୀନ ପଟ୍ଟନାୟକଙ୍କ ବାର୍ତ୍ତାକୁ ଯୁବପିଢ଼ି, ମହିଳା ଓ ଛାତ୍ରଛାତ୍ରୀଙ୍କ ସମେତ ଅଧିକ ଲୋକଙ୍କ ପାଖରେ ପହଞ୍ଚାଇବାରେ ସହାୟକ ହେବ ବୋଲି ସେ ଆଶା ପ୍ରକାଶ କରିଛନ୍ତି।

Leave a Reply

Your email address will not be published. Required fields are marked *