ରାଜନୀତି ରାଜ୍ୟ ସାମାଜିକ

ଡିକେ ଶିବକୁମାରଙ୍କୁ ଭେଟିଲେ ପିସିସି ସଭାପତି ଭକ୍ତ ଚରଣ ଦାସ

Spread the love

ବେଙ୍ଗାଲୁରୁ: କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ଡି.କେ. ଶିବକୁମାରଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି ଓଡ଼ିଶା ପିସିସି ସଭାପତି ଭକ୍ତ ଚରଣ ଦାସ। ବେଙ୍ଗାଲୁରୁରେ ହୋଇଥିବା ଏହି ସାକ୍ଷାତ ସମୟରେ ଉଭୟେ ବିଭିନ୍ନ ପ୍ରସଙ୍ଗ ନେଇ ଆଲୋଚନା କରିଥିବା ଜଣାପଡ଼ିଛି।

ବିଶେଷକରି ବେଙ୍ଗାଲୁରୁରେ ରହୁଥିବା ଓଡ଼ିଆ ସମୁଦାୟଙ୍କ ସୁବିଧା ଓ ଅସୁବିଧା ସମ୍ପର୍କରେ ମଧ୍ୟ ଆଲୋଚନା ହୋଇଥିଲା। ପ୍ରବାସୀ ଓଡ଼ିଆଙ୍କ ବିଭିନ୍ନ ସମସ୍ୟା ଓ ସେମାନଙ୍କ ସୁବିଧା ସମ୍ପର୍କରେ ଶ୍ରୀ ଦାସ ମୁଖ୍ୟମନ୍ତ୍ରୀ ଶିବକୁମାରଙ୍କ ସହ ଆଲୋଚନା କରିଥିବା ସୂଚନା ମିଳିଛି।

 

ଏହି ସାକ୍ଷାତ ଅବସରରେ ଆସନ୍ତା ଜାନୁଆରୀ ମାସରେ ଓଡ଼ିଶା ଗସ୍ତ କରି ଏକ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ଡି.କେ. ଶିବକୁମାରଙ୍କୁ ଅନୁରୋଧ କରିଛନ୍ତି ପିସିସି ସଭାପତି ଭକ୍ତ ଚରଣ ଦାସ।

ସୌଜନ୍ୟମୂଳକ ସାକ୍ଷାତ ହୋଇଥିଲେ ମଧ୍ୟ ଓଡ଼ିଆ ସମୁଦାୟଙ୍କ ସମସ୍ୟା ଏବଂ ଆଗାମୀ ଓଡ଼ିଶା ଗସ୍ତକୁ ନେଇ ହୋଇଥିବା ଆଲୋଚନା ଏହି ସାକ୍ଷାତକୁ ଗୁରୁତ୍ୱପୂର୍ଣ୍ଣ କରିଛି।

Leave a Reply

Your email address will not be published. Required fields are marked *