Spread the love

ଓଡ଼ିଶାରେ ନୂଆ ନିବେଶ ସୁଯୋଗ ନେଇ ଆଲୋଚନା; ନିବେଶ ପାଇଁ ପ୍ରତିଶ୍ରୁତି ଦେଲେ ଶ୍ୟାମ କପୁର

ଭୁବନେଶ୍ୱର: ଓଡ଼ିଶାରେ ନୂଆ ନିବେଶ ଓ ଶିଳ୍ପ ସମ୍ଭାବନାକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ସହ ସରଫ ଗ୍ରୁପ୍‌ର ଅଧ୍ୟକ୍ଷ ତଥା ସିଇଓ ଶ୍ରୀ ଶ୍ୟାମ କପୁରଙ୍କ ଏକ ନିବେଶକ ଆଲୋଚନା ଅନୁଷ୍ଠିତ ହୋଇଛି।

ଆଲୋଚନା ସମୟରେ ଓଡ଼ିଶାରେ ଉପଲବ୍ଧ ନୂଆ ନିବେଶ ସୁଯୋଗ, ବ୍ୟବସାୟିକ ସହଯୋଗ ଏବଂ ଶିଳ୍ପ ସମ୍ପ୍ରସାରଣର ସମ୍ଭାବନା ନେଇ ବିସ୍ତୃତ ଆଲୋଚନା ହୋଇଥିଲା।

ମୁଖ୍ୟମନ୍ତ୍ରୀ ଓଡ଼ିଶାର ନିବେଶ ଅନୁକୂଳ ପରିବେଶ, ଶିଳ୍ପ ଭିତ୍ତିଭୂମିର ବିକାଶ ଏବଂ ନିବେଶକଙ୍କ ପାଇଁ ରାଜ୍ୟରେ ଉପଲବ୍ଧ ସୁଯୋଗ ସମ୍ପର୍କରେ ଶ୍ରୀ କପୁରଙ୍କୁ ଅବଗତ କରାଇଥିଲେ।

ଆଲୋଚନାରେ ଓଡ଼ିଶାରେ ସରଫ ଗ୍ରୁପ୍‌ର ନିବେଶ ଓ ବ୍ୟବସାୟିକ ପ୍ରସାରର ସମ୍ଭାବନା ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଥିଲା। ଏହି ଅବସରରେ ଶ୍ରୀ ଶ୍ୟାମ କପୁର ଓଡ଼ିଶାରେ ନିବେଶ ପାଇଁ ନିଜର ପ୍ରତିଶ୍ରୁତି ପ୍ରକାଶ କରିଥିଲେ।

ରାଜ୍ୟରେ ଶିଳ୍ପାୟନକୁ ତ୍ୱରାନ୍ୱିତ କରିବା ସହ ଅଧିକ ନିବେଶ ଆକୃଷ୍ଟ କରିବା ଦିଗରେ ଏଭଳି ନିବେଶକ ଆଲୋଚନା ଓଡ଼ିଶାର ଶିଳ୍ପ ବିକାଶ ପାଇଁ ଗୁରୁତ୍ୱ ବହନ କରୁଛି।

Leave a Reply

Your email address will not be published. Required fields are marked *