MMDR ସଂଶୋଧନ ବିଲକୁ ନେଇ କଂଗ୍ରେସର ଆହ୍ୱାନ: “ବିତର୍କ ପାଇଁ ପ୍ରସ୍ତୁତ” — ଭକ୍ତ ଦାସ
ଭୁବନେଶ୍ୱର: MMDR ସଂଶୋଧନ ବିଲ୍କୁ ନେଇ ରାଜ୍ୟରେ ରାଜନୈତିକ ବିବାଦ ତୀବ୍ର ହୋଇଛି। ଏହି ପ୍ରସଙ୍ଗରେ ପିସିସି ସଭାପତି ଭକ୍ତ ଚରଣ ଦାସ ବିଜେପିକୁ ଖୋଲା ବିତର୍କ ପାଇଁ ଆହ୍ୱାନ କରିଛନ୍ତି।
ଭକ୍ତ ଦାସ କହିଛନ୍ତି, ବିଜେପି ଯଦି ବିତର୍କ ପାଇଁ ଖୋଲା ଚାଲେଞ୍ଜ ଦେଉଛି, ତେବେ କଂଗ୍ରେସ ଏଥିପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ। ଖୋଲା ମଞ୍ଚରେ କିମ୍ବା କଳିଙ୍ଗ ଷ୍ଟାଡିୟମରେ ବିତର୍କ ଆୟୋଜନ କରାଯାଉ ବୋଲି ସେ ଆହ୍ୱାନ ଦେଇଛନ୍ତି। ବିତର୍କକୁ ମୁଖ୍ୟମନ୍ତ୍ରୀ, କେନ୍ଦ୍ରର ବରିଷ୍ଠ ନେତା ଏବଂ ବରିଷ୍ଠ ନାଗରିକମାନଙ୍କୁ ଆମନ୍ତ୍ରଣ କରାଯାଉ ବୋଲି ସେ କହିଛନ୍ତି।
“ସାଧାରଣ ଲୋକ ଜାଣନ୍ତୁ କିଏ ସତ କହୁଛି,” ବୋଲି ଭକ୍ତ ଦାସ କହିବା ସହ ଡବଲ୍ ଇଞ୍ଜିନ୍ ସରକାର ଓଡ଼ିଶାକୁ ଲୁଟୁଛି ବୋଲି ଅଭିଯୋଗ କରିଛନ୍ତି।
ଏଥିସହ MMDR ସଂଶୋଧନ ବିଲ୍ ପ୍ରତ୍ୟାହାର ନହେବା ପର୍ଯ୍ୟନ୍ତ କଂଗ୍ରେସ ତୀବ୍ର ଆନ୍ଦୋଳନ କରିବ ବୋଲି ପିସିସି ସଭାପତି ଚେତାବନୀ ଦେଇଛନ୍ତି।
ସରକାରଙ୍କୁ ଭକ୍ତ ଦାସଙ୍କ ୫ ପ୍ରଶ୍ନ
୧. ଝାଡ଼ଖଣ୍ଡ ପ୍ରାୟ ୧୪ ହଜାର କୋଟି ଟଙ୍କାର ବକେୟା ଅର୍ଥ ଆଣିପାରିଲା, ତେବେ ରାଜ୍ୟ ସରକାର ଓଡ଼ିଶାର ବକେୟା ଅର୍ଥ କାହିଁକି ଆଣିପାରିଲେ ନାହିଁ?
୨. ବକେୟା ଅର୍ଥ ନ ଆଣିବା ସମ୍ପର୍କରେ ସରକାରଙ୍କ ପାଖରେ କେଉଁ ଚୁକ୍ତି ରହିଛି?
୩. କେନ୍ଦ୍ର ସରକାର ଅର୍ଥ ଦେବେ କି ନାହିଁ, ତାହାର ଗ୍ୟାରେଣ୍ଟି ରାଜ୍ୟ ସରକାର ଦେଇପାରିବେ କି?
୪. ପୂର୍ବରୁ କେନ୍ଦ୍ର ସରକାର ରାଜ୍ୟକୁ କେତେ ଟଙ୍କା ଦେଇଛନ୍ତି, ତାହାର ସମ୍ପୂର୍ଣ୍ଣ ହିସାବ ସରକାର ଦେଇପାରିବେ କି?
୫. ଆଗରୁ ଯେତେବେଳେ ଏହି ଆଇନ ପାସ୍ ହୋଇଥିଲା, ସେତେବେଳେ ବିଜେପି ସାଂସଦମାନେ ଯୁକ୍ତି କାହିଁକି କଲେ ନାହିଁ ଏବଂ ଚୁପ୍ ରହିଲେ କାହିଁକି?
ବାଇଟ୍: ଭକ୍ତ ଚରଣ ଦାସ, ପିସିସି ସଭାପତି
