Global ଜାତୀୟ ରାଜନୀତି ରାଜ୍ୟ ଲାଇଫ ଷ୍ଟାଇଲ ସାମାଜିକ ସ୍ୱତନ୍ତ୍ର

ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରୁ ମାସବ୍ୟାପୀ ‘ସେବା ସଂକଳ୍ପ ଅଭିଯାନ’, ୧୭ରେ ଓଡ଼ିଶାବ୍ୟାପୀ ‘ଆଶୀର୍ବାଦର ଦୀପ’

Spread the love

ଭୁବନେଶ୍ୱର: ଆସନ୍ତା ୧୭ ତାରିଖରେ ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନ ଅବସରରେ ମାସବ୍ୟାପୀ ‘ସେବା ସଂକଳ୍ପ ଅଭିଯାନ’ ଆରମ୍ଭ ହେବ। ଏହି ଅଭିଯାନ ଅଧୀନରେ ସାରା ଓଡ଼ିଶାରେ ସେବା, ସାମାଜିକ ସଚେତନତା ଓ ଜନକଲ୍ୟାଣକୁ କେନ୍ଦ୍ର କରି ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯିବ।

ଅଭିଯାନ ଅବସରରେ ‘ସେବା ଜ୍ୟୋତି ଯାତ୍ରା’, ‘ନମୋ ସେବା ଗାଥା’, ‘ସ୍ୱପ୍ନର ଭାରତ’, ‘ପରିବର୍ତ୍ତନର କାହାଣୀ’ ଏବଂ ‘ବିକଶିତ ଭାରତ ସଂକଳ୍ପ ଯାତ୍ରା’ ଭଳି କାର୍ଯ୍ୟକ୍ରମ ହେବ। ଏହାସହ ବୃକ୍ଷରୋପଣ ଓ ରକ୍ତଦାନ ଶିବିର ସମେତ ବିଭିନ୍ନ ସେବାମୂଳକ କାର୍ଯ୍ୟକ୍ରମ ମଧ୍ୟ ଆୟୋଜନ କରାଯିବ।

୧୭ରେ ‘ଆଶୀର୍ବାଦର ଦୀପ’

‘ସେବା ସଂକଳ୍ପ ଅଭିଯାନ’ର ଏକ ବିଶେଷ କାର୍ଯ୍ୟକ୍ରମ ଭାବେ ୧୭ ତାରିଖରେ ସାରା ଓଡ଼ିଶାରେ ‘ଆଶୀର୍ବାଦର ଦୀପ’ ଆୟୋଜନ କରାଯିବ। ଏହି ଅବସରରେ ଲୋକମାନଙ୍କୁ ନିଜ ଘର, ମନ୍ଦିର କିମ୍ବା କୌଣସି ପ୍ରମୁଖ ସ୍ଥାନରେ ଗୋଟିଏ ଦୀପ ପ୍ରଜ୍ଜ୍ୱଳିତ କରିବାକୁ ଆହ୍ୱାନ ଦିଆଯାଇଛି।

ସକାଳେ କିମ୍ବା ସନ୍ଧ୍ୟାରେ ‘ଆଶୀର୍ବାଦର ଦୀପ’ ପ୍ରଜ୍ଜ୍ୱଳିତ କରି ପ୍ରଧାନମନ୍ତ୍ରୀଙ୍କ ପାଇଁ ଶୁଭକାମନା ଓ ଆଶୀର୍ବାଦ ଜଣାଇବାକୁ ଅନୁରୋଧ କରାଯାଇଛି।

ମାସବ୍ୟାପୀ ଚାଲିବାକୁ ଥିବା ଏହି ଅଭିଯାନରେ ସେବାମୂଳକ କାର୍ଯ୍ୟ ସହ ସାଧାରଣ ଲୋକଙ୍କ ସହଭାଗିତା ଉପରେ ବିଶେଷ ଗୁରୁତ୍ୱ ଦିଆଯିବ।

Leave a Reply

Your email address will not be published. Required fields are marked *