Business Economy ଅର୍ଥନୀତି ଜାତୀୟ ବୈଦେଶିକ ବ୍ୟାପାର ରାଜନୀତି ରାଜ୍ୟ ସାମାଜିକ ସ୍ୱତନ୍ତ୍ର

MMDR ସଂଶୋଧନକୁ ନେଇ ବିଜେପିର ପ୍ରତିକ୍ରିୟା: ‘ବିରୋଧୀ ଦଳ ମିଥ୍ୟା ଷ୍ଟୋରୀ ରଚି ଲୋକଙ୍କୁ ବିଭ୍ରାନ୍ତ କରୁଛି’

Spread the love

ଭୁବନେଶ୍ୱର: MMDR ସଂଶୋଧନ ପ୍ରସଙ୍ଗକୁ ନେଇ ରାଜ୍ୟରେ ରାଜନୈତିକ ବୟାନବାଜି ତୀବ୍ର ହୋଇଥିବାବେଳେ ବିରୋଧୀଙ୍କ ଅଭିଯୋଗର ଜବାବ ରଖିଛି ବିଜେପି। ରାଜନୈତିକ ଫାଇଦା ହାସଲ ପାଇଁ ବିରୋଧୀ ଦଳ ଲୋକଙ୍କୁ ବିଭ୍ରାନ୍ତ କରୁଛି ଏବଂ MMDR ସଂଶୋଧନକୁ ନେଇ ଏକ ‘ମିଥ୍ୟା ଷ୍ଟୋରୀ’ ରଚନା କରାଯାଉଛି ବୋଲି ବିଜେପି ନେତା ଅମର ପଟ୍ଟନାୟକ ଅଭିଯୋଗ କରିଛନ୍ତି।

‘ସ୍ୱଳ୍ପ ମିଆଦିରେ କ୍ଷତି, ଦୀର୍ଘ ମିଆଦିରେ ଓଡ଼ିଶାର ଲାଭ’

ବିଜେପିର ଯୁକ୍ତି ଅନୁଯାୟୀ, MMDR ସଂଶୋଧନ ଫଳରେ ସ୍ୱଳ୍ପ ମିଆଦିରେ କିଛି କ୍ଷତି ହୋଇପାରେ। ତେବେ ଦୀର୍ଘ ମିଆଦିରେ ଏହା ଓଡ଼ିଶା ପାଇଁ ଲାଭଦାୟକ ହେବ। କେବଳ ଓଡ଼ିଶା ନୁହେଁ, ଅନ୍ୟ ରାଜ୍ୟ ତଥା ସମଗ୍ର ଦେଶର ଅର୍ଥନୀତି ମଧ୍ୟ ଏଥିରୁ ଲାଭ ପାଇବ ବୋଲି ଦଳ ପକ୍ଷରୁ କୁହାଯାଇଛି।

‘ଅକ୍ସନରେ ବଢ଼ିବ ଭାଗୀଦାରଙ୍କ ସଂଖ୍ୟା’

ସଂଶୋଧନ ଦ୍ୱାରା ଟ୍ୟାକ୍ସ ସ୍ଥିର ରହିବା ସହ ଖଣି ଅକ୍ସନ ପ୍ରକ୍ରିୟାରେ ଅଧିକ ଭାଗୀଦାର ସାମିଲ ହୋଇପାରିବେ ବୋଲି ବିଜେପି ଦାବି କରିଛି। ଅଧିକ ପ୍ରତିଯୋଗିତା ଫଳରେ ଦୀର୍ଘକାଳୀନ ଭାବେ ଓଡ଼ିଶାର ଅର୍ଥନୀତି ଲାଭବାନ ହେବ ବୋଲି ଅମର ପଟ୍ଟନାୟକ କହିଛନ୍ତି।

ଅର୍ଥନୈତିକ ଅବରୋଧ ଚେତାବନୀକୁ ନେଇ ପ୍ରଶ୍ନ

MMDR ପ୍ରସଙ୍ଗରେ ବିରୋଧୀଙ୍କ ପକ୍ଷରୁ ଦିଆଯାଉଥିବା ଅର୍ଥନୈତିକ ଅବରୋଧ ଚେତାବନୀକୁ ମଧ୍ୟ ବିଜେପି ସମାଲୋଚନା କରିଛି। ଏଭଳି ଅବରୋଧ କରାଗଲେ ଶେଷରେ ଓଡ଼ିଶାର ଅର୍ଥନୀତି ହିଁ ଅଧିକ କ୍ଷତିଗ୍ରସ୍ତ ହେବ ବୋଲି ଦଳ ଯୁକ୍ତି ବାଢ଼ିଛି।

ବିରୋଧୀ ଦଳ ଦୀର୍ଘ ବର୍ଷ ଶାସନରେ ରହିବା ପରେ ଏବେ ଏହି ପ୍ରସଙ୍ଗକୁ ନେଇ ଓଡ଼ିଶାବାସୀଙ୍କୁ ବିଭ୍ରାନ୍ତ କରିବାକୁ ଉଦ୍ୟମ କରୁଛି ବୋଲି ଅମର ପଟ୍ଟନାୟକ ଅଭିଯୋଗ କରିଛନ୍ତି।

ଅମର ପଟ୍ଟନାୟକ, ବିଜେପି ନେତା

Leave a Reply

Your email address will not be published. Required fields are marked *