Business Economy Global ଅର୍ଥନୀତି ଅର୍ନ୍ତଜାତୀୟ ରାଜନୀତି ରାଜ୍ୟ

ଆବୁଧାବିରେ IBPG ସହ ମୁଖ୍ୟମନ୍ତ୍ରୀଙ୍କ ରାଉଣ୍ଡଟେବୁଲ୍ ଆଲୋଚନା

Spread the love

ଓଡ଼ିଶା-ୟୁଏଇ ମଧ୍ୟରେ ବାଣିଜ୍ୟ ଓ ନିବେଶ ସୁଯୋଗ ବୃଦ୍ଧି ଉପରେ ଗୁରୁତ୍ୱ

ଆବୁଧାବି/ଭୁବନେଶ୍ୱର, ୯ ସେପ୍ଟେମ୍ବର ୨୦୨୬: ଓଡ଼ିଶା ଇନଭେଷ୍ଟର୍ସ ମିଟ୍‌ର ଅଂଶ ଭାବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଆବୁଧାବିରେ ଇଣ୍ଡିଆନ୍ ବିଜନେସ୍ ଆଣ୍ଡ ପ୍ରଫେସନାଲ୍ ଗ୍ରୁପ୍‌ (IBPG) ସହ ଏକ ରାଉଣ୍ଡଟେବୁଲ୍ ଆଲୋଚନାରେ ଯୋଗ ଦେଇଛନ୍ତି। ଓଡ଼ିଶା ଓ ୟୁଏଇ ମଧ୍ୟରେ ବାଣିଜ୍ୟ, ରପ୍ତାନି ଏବଂ ବ୍ୟବସାୟିକ ସହଯୋଗକୁ ଆହୁରି ବ୍ୟାପକ କରିବା ନେଇ ଏହି ଆଲୋଚନାରେ ଗୁରୁତ୍ୱ ଦିଆଯାଇଛି।

ଆଲୋଚନାରେ ଓଡ଼ିଶାର କୃଷି ଓ ଖାଦ୍ୟଭିତ୍ତିକ ଉତ୍ପାଦକୁ ୟୁଏଇ ବଜାରରେ ଅଧିକ ସୁଯୋଗ ଦେବା ଉପରେ ମଧ୍ୟ ଆଲୋଚନା ହୋଇଥିଲା। ବିଶେଷକରି ହଳଦୀ, ଅଦା, ସାମୁଦ୍ରିକ ଖାଦ୍ୟ ଓ ଖାଦ୍ୟ ପ୍ରକ୍ରିୟାକରଣ କ୍ଷେତ୍ରରେ ରପ୍ତାନି ବୃଦ୍ଧିର ସମ୍ଭାବନା ନେଇ ମତବିନିମୟ ହୋଇଥିଲା।

କଣ୍ଟ୍ରାକ୍ଟ ମ୍ୟାନୁଫାକଚରିଂ ଓ ଦକ୍ଷ ମାନବ ସମ୍ବଳ ଉପରେ ଫୋକସ୍

ୟୁଏଇର ପ୍ରମୁଖ ବ୍ରାଣ୍ଡଗୁଡ଼ିକ ପାଇଁ ଓଡ଼ିଶାରେ କଣ୍ଟ୍ରାକ୍ଟ ମ୍ୟାନୁଫାକଚରିଂର ସୁଯୋଗ ସୃଷ୍ଟି କରିବା ସହ ଦକ୍ଷ ମାନବ ସମ୍ବଳ ଯୋଗାଣ କ୍ଷେତ୍ରରେ ମଧ୍ୟ ସମ୍ଭାବନା ନେଇ ଆଲୋଚନା ହୋଇଥିଲା।

ଓଡ଼ିଶାରେ ଉପଲବ୍ଧ ଶିଳ୍ପ ଭିତ୍ତିଭୂମି, ମାନବ ସମ୍ବଳ ଓ ଉତ୍ପାଦନ କ୍ଷମତାକୁ ୟୁଏଇର ବଜାର ଓ ବ୍ୟବସାୟିକ ଆବଶ୍ୟକତା ସହ ଯୋଡ଼ିବା ଉପରେ ଆଲୋଚନାରେ ଗୁରୁତ୍ୱ ଦିଆଯାଇଥିଲା।

ଓଡ଼ିଶାଭିତ୍ତିକ କମ୍ପାନୀଙ୍କ ଅଂଶଗ୍ରହଣ

ଏହି ରାଉଣ୍ଡଟେବୁଲ୍ ଆଲୋଚନାରେ ଓଡ଼ିଶାଭିତ୍ତିକ କମ୍ପାନୀ ରୁଚି, ଫାର୍ମ ବି, ବି ୱାନ୍ ଓ ଓରି କ୍ଲିନ୍ ପ୍ରମୁଖ ଯୋଗଦେଇଥିଲେ। ସେମାନେ ୟୁଏଇ ବଜାରରେ ଓଡ଼ିଶାର ଉତ୍ପାଦ ଓ କମ୍ପାନୀଗୁଡ଼ିକ ପାଇଁ ଥିବା ବ୍ୟବସାୟିକ ସମ୍ଭାବନା ସମ୍ପର୍କରେ ମତ ରଖିଥିଲେ।

ଏଥିରେ IBPG ସଭାପତି ରାଜୀବ ଶାହାଙ୍କ ସମେତ ବ୍ୟବସାୟ ଓ ଶିଳ୍ପ କ୍ଷେତ୍ର ସହ ଜଡ଼ିତ ବିଭିନ୍ନ ପ୍ରତିନିଧି ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *