ରାଜନୀତି ରାଜ୍ୟ ସଂସ୍କୃତି ସାମାଜିକ

ସୂଚନା ଓ ଲୋକସମ୍ପର୍କ ବିଭାଗରେ ନୂଆ ଦାୟିତ୍ୱ

Spread the love

ନିର୍ଦ୍ଦେଶକ ଭାବେ ଯୋଗଦେଲେ IAS ସଞ୍ଜୟ କୁମାର ବିଶ୍ୱାଳ

ଭୁବନେଶ୍ୱର, ୨୯ ଅଗଷ୍ଟ ୨୦୨୬: ସୂଚନା ଓ ଲୋକସମ୍ପର୍କ ବିଭାଗର ନୂତନ ନିର୍ଦ୍ଦେଶକ ଭାବେ IAS ଅଧିକାରୀ ସଞ୍ଜୟ କୁମାର ବିଶ୍ୱାଳ ଆଜି ଦାୟିତ୍ୱ ଗ୍ରହଣ କରିଛନ୍ତି। ଲୋକସମ୍ପର୍କ ଭବନରେ ବିଭାଗୀୟ ଅଧିକାରୀମାନେ ତାଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରିଥିଲେ।

ଦାୟିତ୍ୱ ଗ୍ରହଣ ପରେ ଶ୍ରୀ ବିଶ୍ୱାଳ ବିଭାଗୀୟ କାର୍ଯ୍ୟର ସୁଚାରୁ ସମ୍ପାଦନ ପାଇଁ ସମସ୍ତ ଅଧିକାରୀ ଓ କର୍ମଚାରୀଙ୍କ ସହଯୋଗ ଲୋଡ଼ିଥିଲେ। ଏହି ଅବସରରେ ପୂର୍ବତନ ନିର୍ଦ୍ଦେଶକ ଅନୁଜ କୁମାର ଦାସ ପଟ୍ଟନାୟକଙ୍କୁ ତାଙ୍କ ନୂତନ ଦାୟିତ୍ୱ ପାଇଁ ଶୁଭେଚ୍ଛା ଜଣାଯାଇଥିଲା।

ଶ୍ରୀ ବିଶ୍ୱାଳ ପୂର୍ବରୁ ବାଣିଜ୍ୟ ଓ ପରିବହନ ବିଭାଗରେ ଅତିରିକ୍ତ ଶାସନ ସଚିବ ଭାବେ କାର୍ଯ୍ୟରତ ଥିଲେ। OSRTC ଓ CRUT ସମେତ ବିଭିନ୍ନ କ୍ଷେତ୍ରରେ ପ୍ରଶାସନିକ ଅଭିଜ୍ଞତା ଥିବାରୁ ତାଙ୍କ ନୂତନ ଦାୟିତ୍ୱକୁ ନେଇ ବିଭାଗରେ ଆଶା ପ୍ରକାଶ ପାଇଛି।

Leave a Reply

Your email address will not be published. Required fields are marked *