ଭୁବନେଶ୍ୱର: ଆସନ୍ତା ୨୨ ତାରିଖରୁ ଆରମ୍ଭ ହେବ ବିଧାନସଭାର ମୌସୁମୀ ଅଧିବେଶନ। ଏହା ପୂର୍ବରୁ ୨୧ ତାରିଖ ପୂର୍ବାହ୍ନ ୧୧ଟା ୩୦ରେ ସର୍ବଦଳୀୟ ବୈଠକ ବସିବ। ବିଧାନସଭାକୁ ସୁଚାରୁ ରୂପେ ପରିଚାଳନା କରିବା ନେଇ ଏହି ବୈଠକରେ ସମସ୍ତ ଦଳ ସହ ଆଲୋଚନା କରାଯିବ।
ସେହିପରି ୨୧ ତାରିଖ ଅପରାହ୍ନରେ ବିଜେପି ବିଧାୟକ ଦଳର ବୈଠକ ଅନୁଷ୍ଠିତ ହେବ। ଏନେଇ ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ ସୂଚନା ଦେଇଛନ୍ତି।
ଅଧିବେଶନରେ ବିରୋଧୀ ଦଳ ଯେଉଁ ସବୁ ପ୍ରସଙ୍ଗ ଉଠାଇବେ, ସେସବୁ ଉପରେ ଆଲୋଚନା କରିବାକୁ ସରକାର ପ୍ରସ୍ତୁତ ଥିବା ମନ୍ତ୍ରୀ କହିଛନ୍ତି। ସମସ୍ତ ପ୍ରସଙ୍ଗ ଉପରେ ଗୃହରେ ଆଲୋଚନା ହେଉ ଏବଂ ବିଧାନସଭା ସୁଚାରୁ ରୂପେ ଚାଲୁ, ଏଥିପାଇଁ ସର୍ବଦଳୀୟ ବୈଠକରେ ଆଲୋଚନା କରାଯିବ ବୋଲି ସେ କହିଛନ୍ତି।
ମୁକେଶ ମହାଲିଙ୍ଗ, ସଂସଦୀୟ ବ୍ୟାପାର ମନ୍ତ୍ରୀ
