Spread the love

ବରଗଡ଼, ଜଗତସିଂହପୁର, କଟକ, ଖୋର୍ଦ୍ଧା, ନୂଆପଡ଼ା, ପୁରୀ ଓ ନୟାଗଡ଼ରେ ବୃଦ୍ଧି; ବିଧାନସଭାରେ ତଥ୍ୟ ରଖିଲେ ଉପମୁଖ୍ୟମନ୍ତ୍ରୀ କେ.ଭି. ସିଂ ଦେଓ

ଭୁବନେଶ୍ୱର: ରାଜ୍ୟର ୭ଟି ଜିଲ୍ଲାରେ ଚଳିତ ବର୍ଷ ଧାନ ଚାଷ ବୃଦ୍ଧି ପାଇଛି। ବରଗଡ଼, ଜଗତସିଂହପୁର, କଟକ, ଖୋର୍ଦ୍ଧା, ନୂଆପଡ଼ା, ପୁରୀ ଓ ନୟାଗଡ଼ ଜିଲ୍ଲାରେ ଧାନ ଚାଷର ପରିମାଣ ବଢ଼ିଥିବା ନେଇ ବିଧାନସଭାରେ ତଥ୍ୟ ରଖିଛନ୍ତି ଉପମୁଖ୍ୟମନ୍ତ୍ରୀ କେ.ଭି. ସିଂ ଦେଓ।

ବିଧାନସଭାରେ ବିରୋଧୀ ଦଳର ଉପମୁଖ୍ୟ ସଚେତକ ପ୍ରତାପ ଦେବଙ୍କ ପ୍ରଶ୍ନର ଲିଖିତ ଉତ୍ତରରେ ଉପମୁଖ୍ୟମନ୍ତ୍ରୀ ଏହି ତଥ୍ୟ ଦେଇଛନ୍ତି।

ତଥ୍ୟ ଅନୁସାରେ, ୨୦୨୪-୨୫ ବର୍ଷରେ ୩୭ ଲକ୍ଷ ୪୯ ହଜାର ହେକ୍ଟର ଜମିରେ ଧାନ ଚାଷ ହୋଇଥିଲା। ୨୦୨୫-୨୬ରେ ଏହା ବୃଦ୍ଧି ପାଇ ୩୯ ଲକ୍ଷ ୪୨ ହଜାର ହେକ୍ଟରରେ ପହଞ୍ଚିଥିଲା। ଅର୍ଥାତ୍ ଗୋଟିଏ ବର୍ଷ ମଧ୍ୟରେ ପ୍ରାୟ ୧ ଲକ୍ଷ ୯୩ ହଜାର ହେକ୍ଟର ଅଧିକ ଜମିରେ ଧାନ ଚାଷ ହୋଇଥିବା ତଥ୍ୟରୁ ଜଣାପଡ଼ିଛି।

ଅନ୍ୟପଟେ, ଚଳିତ ବର୍ଷ ସେପ୍ଟେମ୍ବର ୧୯ ସୁଦ୍ଧା ୩୬ ଲକ୍ଷ ୧୮ ହଜାର ହେକ୍ଟର ଜମିରେ ଉତ୍ପାଦିତ ଧାନ ବିକ୍ରି ପାଇଁ ଚାଷୀମାନେ ପଞ୍ଜୀକରଣ କରିଛନ୍ତି।

ରାଜ୍ୟରେ ଧାନ ଚାଷର ସ୍ଥିତି ସମ୍ପର୍କରେ ପ୍ରତାପ ଦେବ ପଚାରିଥିବା ପ୍ରଶ୍ନର ଉତ୍ତରରେ ଉପମୁଖ୍ୟମନ୍ତ୍ରୀ କେ.ଭି. ସିଂ ଦେଓ ଏହି ସବୁ ତଥ୍ୟ ବିଧାନସଭାରେ ରଖିଛନ୍ତି।

Leave a Reply

Your email address will not be published. Required fields are marked *