ଅପରାଧ ରାଜନୀତି ରାଜ୍ୟ

ସୁଭଦ୍ରା ଟଙ୍କା ପାଇଁ ସ୍ୱାମୀ ହତ୍ୟା ଅଭିଯୋଗ ପ୍ରସଙ୍ଗରେ ପ୍ରଭାତୀଙ୍କ ପ୍ରତିକ୍ରିୟା

Spread the love

ଭୁବନେଶ୍ୱର: ସୁଭଦ୍ରା ଯୋଜନାର ଟଙ୍କାକୁ ନେଇ ସ୍ୱାମୀ ନିଜ ସ୍ତ୍ରୀଙ୍କୁ ହତ୍ୟା କରିଥିବା ଅଭିଯୋଗ ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ଓଡ଼ିଶାର ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା। ଏହି ଘଟଣାରେ ସୁଭଦ୍ରା ଟଙ୍କା ହତ୍ୟାର କାରଣ ଥିଲା କି ନାହିଁ, ତାହା ତଦନ୍ତ ରିପୋର୍ଟ ଆସିବା ପରେ ସ୍ପଷ୍ଟ ହେବ ବୋଲି ସେ କହିଛନ୍ତି।

ପ୍ରଭାତୀ ପରିଡା କହିଛନ୍ତି, ମହିଳାମାନେ କେବେ ବି ଦୁର୍ବଳ ନଥିଲେ। ସେମାନେ ଅବଳା ନୁହନ୍ତି, ବରଂ ସବଳା। ସମୟ ସମୟରେ ମହିଳାମାନଙ୍କ ଉପରେ ଅନେକ ଅତ୍ୟାଚାର ହୋଇଥିଲେ ମଧ୍ୟ ସେମାନେ ନିଜ ଶକ୍ତିରେ ଆଗକୁ ବଢ଼ିଛନ୍ତି।

ମହିଳାମାନେ ନିଜ ଶକ୍ତି ସମ୍ପର୍କରେ ସଚେତନ ଥିବା କହିବା ସହ ସେମାନଙ୍କୁ ଦୁର୍ଗା, ଲକ୍ଷ୍ମୀ ଓ ସରସ୍ୱତୀଙ୍କ ସହ ତୁଳନା କରିଛନ୍ତି ଉପମୁଖ୍ୟମନ୍ତ୍ରୀ। ନିଜର ସୁରକ୍ଷା କରିବାର ଶକ୍ତି ମହିଳାମାନଙ୍କ ମଧ୍ୟରେ ରହିଛି ବୋଲି ସେ ମତ ଦେଇଛନ୍ତି।

ତେବେ ସମ୍ପୃକ୍ତ ହତ୍ୟାକାଣ୍ଡର ପ୍ରକୃତ କାରଣ ସୁଭଦ୍ରା ଯୋଜନାର ଟଙ୍କା ଥିଲା କି ନାହିଁ, ଏହା ଏବେଠାରୁ ନିଶ୍ଚିତ ଭାବେ କୁହାଯାଇପାରିବ ନାହିଁ ବୋଲି ପ୍ରଭାତୀ ପରିଡା ସ୍ପଷ୍ଟ କରିଛନ୍ତି। ଘଟଣାର ତଦନ୍ତ ରିପୋର୍ଟ ଆସିବା ପରେ ହିଁ ପ୍ରକୃତ ତଥ୍ୟ ସାମ୍ନାକୁ ଆସିବ ବୋଲି ସେ କହିଛନ୍ତି।

ଘଟଣାକୁ ନେଇ ତଦନ୍ତ ଜାରି ଥିବା ବେଳେ ତଦନ୍ତ ରିପୋର୍ଟ ପରେ ହତ୍ୟାର ପ୍ରକୃତ କାରଣ ନେଇ ସ୍ପଷ୍ଟ ଚିତ୍ର ମିଳିବ।

Leave a Reply

Your email address will not be published. Required fields are marked *