ରାଜନୀତି ରାଜ୍ୟ ଶିକ୍ଷା

ଗାନ୍ଧୀ ମାର୍ଗରେ ଧାରଣାରତ ଶିକ୍ଷକଙ୍କୁ ଭେଟିଲେ ଦୁଇ ମନ୍ତ୍ରୀ

Spread the love

ଖୁବ୍‌ଶୀଘ୍ର ସମାଧାନର ଆଶ୍ୱାସନ; ଦାବିପତ୍ର ପ୍ରଦାନ କଲେ ଆନ୍ଦୋଳନରତ ଶିକ୍ଷକ

ଭୁବନେଶ୍ୱର: ଗାନ୍ଧୀ ମାର୍ଗରେ ବିଭିନ୍ନ ଦାବି ନେଇ ଧାରଣାରେ ବସିଥିବା ଶିକ୍ଷକମାନଙ୍କୁ ଭେଟିଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ, ଉଚ୍ଚଶିକ୍ଷା ମନ୍ତ୍ରୀ ସୂରଜ ସୂର୍ଯ୍ୟବଂଶୀ ଏବଂ ପିପିଲି ବିଧାୟକ ଆଶ୍ରିତ ପଟ୍ଟନାୟକ। ଧାରଣାସ୍ଥଳରେ ପହଞ୍ଚି ଉଭୟ ମନ୍ତ୍ରୀ ଆନ୍ଦୋଳନରତ ଶିକ୍ଷକମାନଙ୍କ ସହ ଆଲୋଚନା କରିବା ସହ ଦାବିଗୁଡ଼ିକର ସମାଧାନ ନେଇ ଆଶ୍ୱାସନ ଦେଇଛନ୍ତି।

ଗାନ୍ଧୀ ମାର୍ଗରେ ମନ୍ତ୍ରୀମାନେ ପହଞ୍ଚିବା ପରେ ଶିକ୍ଷକମାନେ ସେମାନଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ। ଏହି ସମୟରେ ଉଭୟ ମନ୍ତ୍ରୀଙ୍କ ଭାଷଣକୁ ଶିକ୍ଷକମାନେ ନିରବତାର ସହ ଶୁଣିଥିଲେ।

ଉଚ୍ଚଶିକ୍ଷା ମନ୍ତ୍ରୀ ସୂରଜ ସୂର୍ଯ୍ୟବଂଶୀ କହିଛନ୍ତି ଯେ, ଗତକାଲି ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଓ ଆଇନ ମନ୍ତ୍ରୀଙ୍କ ସହ ଶିକ୍ଷକମାନଙ୍କ ଦାବି ଉପରେ ଆଲୋଚନା ହୋଇଛି। ଶିକ୍ଷକମାନଙ୍କ ସମସ୍ୟା ସମାଧାନ ନେଇ ଆଲୋଚନା ଏବେ ଶେଷ ପର୍ଯ୍ୟାୟରେ ରହିଛି। ଏନେଇ ପ୍ରାୟ ୮୦୦ ପୃଷ୍ଠା ବିଶିଷ୍ଟ ଏକ ରିପୋର୍ଟ ମଧ୍ୟ ପ୍ରସ୍ତୁତ ହୋଇଥିବା ସେ ସୂଚନା ଦେଇଛନ୍ତି।

ସେହିପରି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି ଯେ, ଗାନ୍ଧୀ ମାର୍ଗରେ ଶିଷ୍ୟମାନେ ଗୁରୁଙ୍କୁ ପୂଜା କରୁଥିବା ଦୃଶ୍ୟ ତାଙ୍କୁ ବ୍ୟଥିତ କରିଛି। ଶିକ୍ଷକମାନଙ୍କ ସମସ୍ୟା ଏକ ପୁରୁଣା ‘ଲିଗାସି’ ସମସ୍ୟା। ଏହାର ସମାଧାନ ପାଇଁ ମୋହନ ସରକାର ନିଷ୍ପତ୍ତି ନେଇସାରିଛନ୍ତି।

ଶିକ୍ଷକମାନଙ୍କ ସମସ୍ୟାର ଖୁବ୍‌ଶୀଘ୍ର ସମାଧାନ କରାଯିବ ବୋଲି ଉଭୟ ମନ୍ତ୍ରୀ ଆନ୍ଦୋଳନରତ ଶିକ୍ଷକମାନଙ୍କୁ ଆଶ୍ୱାସନା ଦେଇଛନ୍ତି। ସରକାର ଶିକ୍ଷକମାନଙ୍କ ଦାବି ଓ ସମସ୍ୟାର ସମାଧାନ ଦିଗରେ ଗୁରୁତ୍ୱର ସହ କାର୍ଯ୍ୟ କରୁଥିବା ମନ୍ତ୍ରୀମାନେ ସ୍ପଷ୍ଟ କରିଛନ୍ତି।

Leave a Reply

Your email address will not be published. Required fields are marked *