ରାଜନୀତି ରାଜ୍ୟ

କଂଗ୍ରେସ ଦଳରୁ ଇସ୍ତଫା ଦିଅନ୍ତୁ ସୋଫିଆ: ଭକ୍ତ ଦାସ

Spread the love

ଭୁବନେଶ୍ୱର: କଟକ-ବାରବାଟୀ ବିଧାୟକା ସୋଫିଆ ଫିର୍ଦୋଷଙ୍କ ଆଗାମୀ ରାଜନୈତିକ ପଦକ୍ଷେପକୁ ନେଇ ଚର୍ଚ୍ଚା ମଧ୍ୟରେ ପିସିସି ସଭାପତି ଭକ୍ତ ଚରଣ ଦାସଙ୍କ ବଡ଼ ବୟାନ। ଯଦି ସୋଫିଆ ଫିର୍ଦୋଷ ଅନ୍ୟ କୌଣସି ଦଳରୁ ନିର୍ବାଚନ ଲଢ଼ିବାକୁ ନିଷ୍ପତ୍ତି ନେଇଛନ୍ତି, ତେବେ ପ୍ରଥମେ କଂଗ୍ରେସ ଦଳରୁ ଇସ୍ତଫା ଦେବା ଉଚିତ ବୋଲି କହିଛନ୍ତି ଭକ୍ତ ଦାସ।

ସୋଫିଆ ଫିର୍ଦୋଷ ଓଡ଼ିଶା ଜନତା କଂଗ୍ରେସରୁ ନିର୍ବାଚନ ଲଢ଼ିବା ପ୍ରସଙ୍ଗରେ ମତ ରଖି ଭକ୍ତ ଦାସ କହିଛନ୍ତି, ଜଣେ ନେତା ଯେତେବେଳେ ଗୋଟିଏ ରାଜନୈତିକ ଦଳର ଚିହ୍ନରେ ନିର୍ବାଚନ ଲଢ଼ି ବିଜୟୀ ହୁଅନ୍ତି, ସେତେବେଳେ ଅନ୍ୟ ଦଳରୁ ନିର୍ବାଚନ ଲଢ଼ିବା କଥା କହିବା ନୀତିଗତ ଦୃଷ୍ଟିରୁ ଉଚିତ ନୁହେଁ।

ଭକ୍ତ ଦାସ ଆହୁରି କହିଛନ୍ତି ଯେ, ଯଦି ସୋଫିଆ ଫିର୍ଦୋଷ ନୀତିଗତ ଭାବେ କଂଗ୍ରେସକୁ ପ୍ରତ୍ୟାଖ୍ୟାନ କରିସାରିଛନ୍ତି ଏବଂ ଅନ୍ୟ ଏକ ଦଳରୁ ନିର୍ବାଚନ ଲଢ଼ିବାକୁ ମନସ୍ଥ କରିଛନ୍ତି, ତେବେ କଂଗ୍ରେସରେ ରହିବାର ଯଥାର୍ଥତା ନାହିଁ। ଏଭଳି ସ୍ଥିତିରେ ଦଳରୁ ଇସ୍ତଫା ଦେଇ ନିଜର ପରବର୍ତ୍ତୀ ରାଜନୈତିକ ପଥ ବାଛିବା ଉଚିତ ବୋଲି ସେ ମତ ଦେଇଛନ୍ତି।

ସୋଫିଆଙ୍କ ଆଗାମୀ ରାଜନୈତିକ ଭୂମିକା ଏବଂ ସେ କେଉଁ ଦଳରୁ ନିର୍ବାଚନ ଲଢ଼ିବେ, ତାହାକୁ ନେଇ ରାଜନୈତିକ ମହଲରେ ଚର୍ଚ୍ଚା ଜାରି ରହିଛି। ଏହାରି ମଧ୍ୟରେ ପିସିସି ସଭାପତିଙ୍କ ଏହି ବୟାନ ରାଜ୍ୟ କଂଗ୍ରେସର ଆଭ୍ୟନ୍ତରୀଣ ରାଜନୀତିକୁ ନେଇ ନୂଆ ଚର୍ଚ୍ଚା ସୃଷ୍ଟି କରିଛି।

ଭକ୍ତ ଦାସଙ୍କ ବୟାନରୁ ସ୍ପଷ୍ଟ ଯେ, କଂଗ୍ରେସ ଦଳର ଚିହ୍ନରେ ନିର୍ବାଚିତ ଜନପ୍ରତିନିଧି ଅନ୍ୟ ଦଳରୁ ନିର୍ବାଚନ ଲଢ଼ିବାକୁ ଚାହିଁଲେ ପ୍ରଥମେ ଦଳୀୟ ସମ୍ପର୍କ ସ୍ପଷ୍ଟ କରିବା ଦରକାର। ଏବେ ସୋଫିଆ ଫିର୍ଦୋଷ ଏନେଇ କଣ ପଦକ୍ଷେପ ନେଉଛନ୍ତି, ତାହା ଉପରେ ନଜର ରହିଛି।

Leave a Reply

Your email address will not be published. Required fields are marked *