କଟକ: କଟକ ଇଣ୍ଡୋର ଷ୍ଟାଡିୟମରେ ଆରମ୍ଭ ହୋଇଛି ବିଜେପିର ଦୁଇ ଦିନିଆ କାର୍ଯ୍ୟକାରିଣୀ ବୈଠକ। ରାଷ୍ଟ୍ରୀୟ ସମ୍ପାଦକ ତଥା କ୍ଷେତ୍ରୀୟ ପ୍ରଭାରୀ ସୁନୀଲ ବଂଶଲଙ୍କ ଦ୍ୱାରା ବୈଠକର ଶୁଭାରମ୍ଭ ହୋଇଛି। ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଅଧ୍ୟକ୍ଷତାରେ ବୈଠକ ଚାଲିଛି।
ବୈଠକରେ ମୁଖ୍ୟମନ୍ତ୍ରୀଙ୍କ ସମେତ ଦୁଇ ଉପମୁଖ୍ୟମନ୍ତ୍ରୀ, ମନ୍ତ୍ରୀ, ବିଧାୟକ ଏବଂ ସାଂସଦମାନେ ଉପସ୍ଥିତ ରହିଛନ୍ତି। ଏହା ପୂର୍ବରୁ ଦଳୀୟ ପଦାଧିକାରୀଙ୍କ ବୈଠକରେ ରାଜନୈତିକ ଚିଠା ପ୍ରସ୍ତାବକୁ ନେଇ ବିସ୍ତୃତ ଚର୍ଚ୍ଚା ଓ ଆଲୋଚନା ହୋଇଥିଲା।
ଆଜିର କାର୍ଯ୍ୟକ୍ରମରେ କ୍ଷେତ୍ରୀୟ ପ୍ରଭାରୀ ସୁନୀଲ ବଂଶଲ ଏବଂ ରାଜ୍ୟ ସଭାପତି ମନମୋହନ ସାମଲଙ୍କ ସ୍ୱତନ୍ତ୍ର ସତ୍ର ରହିଛି। ଏହାପରେ ସନ୍ଧ୍ୟାରେ ଦଳର ବିଧାୟକ ଓ ସାଂସଦମାନଙ୍କୁ ନେଇ ସ୍ୱତନ୍ତ୍ର ବୈଠକ ଅନୁଷ୍ଠିତ ହେବ।
ଆସନ୍ତାକାଲି କାର୍ଯ୍ୟକାରିଣୀ ବୈଠକରେ ବିଜେପିର ରାଷ୍ଟ୍ରୀୟ ସଂଗଠନ ମହାମନ୍ତ୍ରୀ ବିଏଲ୍ ସନ୍ତୋଷ ଯୋଗଦେବେ। ତାଙ୍କ ଉପସ୍ଥିତିରେ ଦଳର ସାଂଗଠନିକ ସ୍ଥିତି, ଆଗାମୀ ରଣନୀତି ଏବଂ ରାଜନୈତିକ ପ୍ରସ୍ତାବକୁ ନେଇ ଆଲୋଚନା ହେବା ଆଶା କରାଯାଉଛି।
