ରାଜନୀତି ରାଜ୍ୟ

ଅଭିଯୋଗ ଶୁଣାଣି ନେଇ ପରିବହନ ମନ୍ତ୍ରୀଙ୍କ ନୂଆ ବ୍ୟବସ୍ଥା

Spread the love

ହ୍ୱାଟ୍ସଆପ୍ ଯୋଗେ ଅଭିଯୋଗ ଗ୍ରହଣ, ପ୍ରତି ମଙ୍ଗଳବାର ହେବ ଅନଲାଇନ୍ ଶୁଣାଣି

ଭୁବନେଶ୍ୱର: ଲୋକଙ୍କ ଅଭିଯୋଗ ଶୁଣାଣି ଓ ସମସ୍ୟାର ତ୍ୱରିତ ସମାଧାନ ପାଇଁ ନୂଆ ବ୍ୟବସ୍ଥା ଆରମ୍ଭ କରିଛନ୍ତି ପରିବହନ ମନ୍ତ୍ରୀ। ଏଣିକି ହ୍ୱାଟ୍ସଆପ୍ ମାଧ୍ୟମରେ ସିଧାସଳଖ ଅଭିଯୋଗ ପଠାଇପାରିବେ ଲୋକେ। ଗତ ଏକ ସପ୍ତାହ ଧରି ଏହି ବ୍ୟବସ୍ଥାରେ ଅଭିଯୋଗ ଗ୍ରହଣ କରାଯାଉଥିବା ମନ୍ତ୍ରୀ କହିଛନ୍ତି।

ଅଭିଯୋଗ ଶୁଣାଣି ପାଇଁ ସ୍ୱତନ୍ତ୍ର ହ୍ୱାଟ୍ସଆପ୍ ନମ୍ବର ୬୩୭୧୯୧୨୭୧୮ ଜାରି କରାଯାଇଛି। ଲୋକେ ନିଜ ସମସ୍ୟା ଓ ଅଭିଯୋଗ ଏହି ନମ୍ବରରେ ପଠାଇପାରିବେ।

ପ୍ରତିଦିନ ଅଭିଯୋଗର ବୁଲେଟିନ୍

ପରିବହନ ମନ୍ତ୍ରୀ କହିଛନ୍ତି, ପ୍ରତ୍ୟେକ ଦିନ କେତେ ଅଭିଯୋଗ ଆସିଲା ଏବଂ ସେଥିରୁ କେତୋଟିର ସମାଧାନ କରାଗଲା, ତାହାର ବୁଲେଟିନ୍ ପ୍ରକାଶ କରାଯିବ। ଏହାଦ୍ୱାରା ଅଭିଯୋଗ ଶୁଣାଣି ପ୍ରକ୍ରିୟାରେ ସ୍ୱଚ୍ଛତା ରହିବା ସହ ଲୋକେ ନିଜ ଅଭିଯୋଗର ସ୍ଥିତି ସମ୍ପର୍କରେ ଜାଣିପାରିବେ।

ପ୍ରତି ମଙ୍ଗଳବାର ଅନଲାଇନ୍ ଶୁଣାଣି

ହ୍ୱାଟ୍ସଆପ୍‌ରେ ଆସୁଥିବା ଅଭିଯୋଗ ଉପରେ ପ୍ରତ୍ୟେକ ମଙ୍ଗଳବାର ଅନଲାଇନ୍ ଅଭିଯୋଗ ଶୁଣାଣି କରାଯିବ। ଏହି ଶୁଣାଣି ସମୟରେ ଲୋକଙ୍କ ସମସ୍ୟା ଶୁଣିବା ସହ ତାହାର ସମାଧାନ ନେଇ ପଦକ୍ଷେପ ନିଆଯିବ।

ମନ୍ତ୍ରୀ କହିଛନ୍ତି, “ଲୋକଙ୍କ ସମସ୍ୟା ଶୁଣିବୁ, ତାହାର ଉତ୍ତର ଦେବୁ ଏବଂ ସମାଧାନ କରିବୁ।”

ଏହି ନୂଆ ବ୍ୟବସ୍ଥା ମାଧ୍ୟମରେ ପରିବହନ ବିଭାଗ ସମ୍ପର୍କିତ ସମସ୍ୟା ନେଇ ସାଧାରଣ ଲୋକଙ୍କୁ ସହଜରେ ଅଭିଯୋଗ ଜଣାଇବାର ସୁଯୋଗ ମିଳିବ।

Leave a Reply

Your email address will not be published. Required fields are marked *