ଭୁବନେଶ୍ୱର: ଡବଲ ଇଞ୍ଜିନ ସରକାରରେ ଅସହାୟତା ପ୍ରକାଶ କରିଛନ୍ତି ରାଜ୍ୟର ଯୋଗାଣ ମନ୍ତ୍ରୀ। ରାଜ୍ୟରୁ ଆବଶ୍ୟକ ସମୟରେ ଚାଉଳ ଉଠାଉନାହିଁ ଏଫ୍ସିଆଇ (FCI)। ଫଳରେ ରାଜ୍ୟ ପାଖରେ କ୍ୱିଣ୍ଟାଲ କ୍ୱିଣ୍ଟାଲ ଚାଉଳ ପଡ଼ି ରହୁଥିବା ମନ୍ତ୍ରୀ କହିଛନ୍ତି।
ମନ୍ତ୍ରୀଙ୍କ ଅଭିଯୋଗ ଅନୁଯାୟୀ, ଏଫ୍ସିଆଇ ଅଧିକାରୀଙ୍କୁ ଏନେଇ ବାରମ୍ବାର ଅବଗତ କରାଯାଉଥିଲେ ମଧ୍ୟ ସମସ୍ୟାର ସମାଧାନ ହେଉନାହିଁ। ଏପରିକି ସମସ୍ୟାର ସମାଧାନ ପାଇଁ ସେ ବାରମ୍ବାର ଦିଲ୍ଲୀ ଯାଉଥିଲେ ମଧ୍ୟ ଏଯାଏଁ କୌଣସି ସୁଫଳ ମିଳିନଥିବା କହିଛନ୍ତି।
‘ଆମ ହାତ ବାନ୍ଧି ଦିଆଯାଇଛି’
ରାଜ୍ୟରୁ ଠିକ୍ ସମୟରେ ଚାଉଳ ଉଠୁନଥିବାରୁ ମନ୍ତ୍ରୀ ଦୁଃଖ ପ୍ରକାଶ କରିଛନ୍ତି। ଏଫ୍ସିଆଇ ଆବଶ୍ୟକ ସ୍ଥଳେ ରାଜ୍ୟରୁ ଚାଉଳ ଉଠାଉନଥିବାରୁ ସରକାର ସମସ୍ୟାରେ ପଡ଼ୁଥିବା ସେ କହିଛନ୍ତି।
“ଆମ ହାତ ବାନ୍ଧି ଦିଆଯାଇଛି।”
ଏଭଳି କହି ନିଜ ଅସହାୟତା ପ୍ରକାଶ କରିଛନ୍ତି ଯୋଗାଣ ମନ୍ତ୍ରୀ।
ପୁଣି ଦିଲ୍ଲୀ ଯିବେ ମନ୍ତ୍ରୀ
ସମସ୍ୟାର ସମାଧାନ ପାଇଁ ଆଉ ଏକ କମିଟି ସହ ଦିଲ୍ଲୀ ଯାଇ ଆଲୋଚନା କରିବାକୁ ପଡ଼ିବ ବୋଲି ମନ୍ତ୍ରୀ କହିଛନ୍ତି। ରାଜ୍ୟରେ ଚାଉଳ ମହଜୁଦ ରହୁଥିବା ବେଳେ ଏଫ୍ସିଆଇ ଠିକ୍ ସମୟରେ ଚାଉଳ ଉଠାଉନଥିବା ପ୍ରସଙ୍ଗ ଏବେ ରାଜ୍ୟ ରାଜନୀତିରେ ଚର୍ଚ୍ଚାର ବିଷୟ ପାଲଟିଛି।
FCI ପକ୍ଷରୁ ରାଜ୍ୟରୁ ଚାଉଳ ଉଠାଣରେ ବିଳମ୍ବକୁ ନେଇ କେଉଁ କାରଣ ରହିଛି, ତାହା ଉପରେ ସ୍ପଷ୍ଟୀକରଣ ଆସିବା ବାକି ରହିଛି।
