ରାଜନୀତି ରାଜ୍ୟ ଲାଇଫ ଷ୍ଟାଇଲ ସାମାଜିକ ସ୍ୱତନ୍ତ୍ର

ଓଡ଼ିଶାର ନୂଆ ରାଜ୍ୟପାଳ ଭାବେ ଶପଥ ନେଲେ ବ୍ରଜମୋହନ ରାମ

Spread the love

ମୁଖ୍ୟ ବିଚାରପତି ହରିଶ ଟଣ୍ଡନ କରାଇଲେ ଶପଥ ପାଠ, ଉତ୍ସବ ପରେ ଦିଆଗଲା ଗାର୍ଡ ଅଫ୍ ଅନର

ଭୁବନେଶ୍ୱର, ୧୮ ଅକ୍ଟୋବର: ଓଡ଼ିଶାର ନୂଆ ରାଜ୍ୟପାଳ ଭାବେ ଶ୍ରୀ ବ୍ରଜମୋହନ ରାମ ରବିବାର ଦିନ ଶପଥ ଗ୍ରହଣ କରିଛନ୍ତି। ଭୁବନେଶ୍ୱରସ୍ଥିତ ଲୋକଭବନଠାରେ ଆୟୋଜିତ ଶପଥ ଗ୍ରହଣ ସମାରୋହରେ ଓଡ଼ିଶା ଉଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତି ଜଷ୍ଟିସ୍ ହରିଶ ଟଣ୍ଡନ ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଥିଲେ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ରାଜ୍ୟର ମନ୍ତ୍ରୀମଣ୍ଡଳର ସଦସ୍ୟ, ସାଂସଦ, ବିଧାୟକ ଏବଂ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ। ଶପଥ ଗ୍ରହଣ ସମାରୋହ ପରେ ନୂତନ ରାଜ୍ୟପାଳଙ୍କୁ ଗାର୍ଡ ଅଫ୍ ଅନର ପ୍ରଦାନ କରାଯାଇଥିଲା।

ହରି ବାବୁ କମ୍ଭମପାଟିଙ୍କ ପରେ ନୂଆ ଦାୟିତ୍ୱ

ପୂର୍ବତନ ରାଜ୍ୟପାଳ ଡ. ହରି ବାବୁ କମ୍ଭମପାଟିଙ୍କ ପରେ ବ୍ରଜମୋହନ ରାମ ଓଡ଼ିଶାର ରାଜ୍ୟପାଳ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି। ସେ ତିନିଥର ସାଂସଦ ଭାବେ ନିର୍ବାଚିତ ହେବା ସହ ପୂର୍ବରୁ ବିଧାୟକ ଭାବେ ମଧ୍ୟ କାର୍ଯ୍ୟ କରିଛନ୍ତି।

ଶ୍ରୀଜଗନ୍ନାଥଙ୍କ ଦର୍ଶନ କରି ମାଗିଥିଲେ ଆଶୀର୍ବାଦ

ନୂତନ ରାଜ୍ୟପାଳ ଶ୍ରୀ ରାମ ଶନିବାର ଭୁବନେଶ୍ୱରରେ ପହଞ୍ଚିଥିଲେ। ବିମାନବନ୍ଦରରେ ଅବତରଣ ପରେ ସେ ନିଜ ପରିବାର ସହ ପୁରୀ ଯାଇ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରିଥିଲେ। ଏହି ଅବସରରେ ସେ ଓଡ଼ିଶାବାସୀଙ୍କ ମଙ୍ଗଳ ଓ ସମୃଦ୍ଧି ପାଇଁ ମହାପ୍ରଭୁଙ୍କ ଆଶୀର୍ବାଦ କାମନା କରିଥିଲେ।

 

Leave a Reply

Your email address will not be published. Required fields are marked *