ରାଜନୀତି ରାଜ୍ୟ ଲାଇଫ ଷ୍ଟାଇଲ ସାମାଜିକ ସ୍ୱତନ୍ତ୍ର

ବିଜେଡି ନେତୃତ୍ୱ ପ୍ରଥମେ ଆତ୍ମସମୀକ୍ଷା କରୁ: ଅନିଲ ବିଶ୍ୱାଳ

Spread the love

ଭୁବନେଶ୍ୱର: ବିଜେଡି ପକ୍ଷରୁ ଆଇନଶୃଙ୍ଖଳାକୁ ନେଇ ଉଠାଯାଉଥିବା ଅଭିଯୋଗର ଜବାବ ଦେଇଛି ବିଜେପି। ବିଜେଡି ନେତୃତ୍ୱ ପ୍ରଥମେ ଆତ୍ମସମୀକ୍ଷା କରିବା ଦରକାର ବୋଲି ବିଜେପି ମୁଖପାତ୍ର ଅନିଲ ବିଶ୍ୱାଳ କହିଛନ୍ତି।

ଘଟିଥିବା ଘଟଣାର ନିରପେକ୍ଷ ତଦନ୍ତ ହେବା ଉଚିତ ବୋଲି ଅନିଲ ବିଶ୍ୱାଳ କହିଛନ୍ତି। ତେବେ ଏହି ଘଟଣାକୁ ନେଇ ରାଜନୈତିକ ନାରାବାଜି, ବିଭିନ୍ନ ସ୍ଥାନରେ ହୋହଲ୍ଲା କରିବା ସହ ସରକାରଙ୍କୁ ଘେରିବା ପାଇଁ ବିଜେଡି ପ୍ରୟାସ କରୁଛି ଏବଂ ସେଥିରେ ବିଫଳ ହେଉଛି ବୋଲି ସେ ଦାବି କରିଛନ୍ତି।

ଘଟଣାସ୍ଥଳରେ ବିଜେଡିର କର୍ମୀଙ୍କ ସଂଖ୍ୟା ଅଧିକ ଥିବା ସହ ଦଳ ଭିତରେ ଅନ୍ତଃକନ୍ଦଳ ରହିଛି ବୋଲି ମଧ୍ୟ ଅନିଲ ଅଭିଯୋଗ କରିଛନ୍ତି। ସାଧାରଣ ଲୋକ ସବୁକିଛି ଦେଖୁଛନ୍ତି ଏବଂ ଘଟଣା ପଛର ବାସ୍ତବତାକୁ ବୁଝୁଛନ୍ତି ବୋଲି ସେ କହିଛନ୍ତି।

ବିଜେଡି ଯଦି ବର୍ତ୍ତମାନ ଆଇନଶୃଙ୍ଖଳା ପ୍ରସଙ୍ଗ ଉଠାଉଛି, ତେବେ ଦଳ ନିଜର ଶାସନ ସମୟର ଆଇନଶୃଙ୍ଖଳା ପରିସ୍ଥିତିକୁ ମଧ୍ୟ ମନେ ପକାଇବା ଦରକାର ବୋଲି ଅନିଲ ବିଶ୍ୱାଳ କହିଛନ୍ତି।

Leave a Reply

Your email address will not be published. Required fields are marked *