ଭୁବନେଶ୍ୱର: ରାଜ୍ୟରେ ଛାତ୍ର ସଂସଦ ନିର୍ବାଚନ ଘୋଷଣା ପରେ ପ୍ରତିକ୍ରିୟା ରଖିଛନ୍ତି ବିଜୁ ଛାତ୍ର ଜନତା ଦଳର ସଭାନେତ୍ରୀ ଇପ୍ସିତା ସାହୁ। ଆଗାମୀ ଛାତ୍ର ସଂସଦ ନିର୍ବାଚନରେ ପ୍ରାୟ ସମସ୍ତ କ୍ୟାମ୍ପସ୍ରେ ବିଜୁ ଛାତ୍ର ଜନତା ଦଳ ବିଜୟୀ ହେବ ବୋଲି ସେ ଦାବି କରିଛନ୍ତି।
ନବୀନ ପଟ୍ଟନାୟକଙ୍କ ନୀତି ଓ ଆଦର୍ଶକୁ ଆଧାର କରି ବିଜୁ ଛାତ୍ର ଜନତା ଦଳ ନିର୍ବାଚନ ମଇଦାନକୁ ଓହ୍ଲାଇବ ବୋଲି ଇପ୍ସିତା କହିଛନ୍ତି। ଛାତ୍ରଛାତ୍ରୀଙ୍କ ସହ ଜଡ଼ିତ ବିଭିନ୍ନ ପ୍ରସଙ୍ଗକୁ ନିର୍ବାଚନରେ ପ୍ରମୁଖ ମୁଦ୍ଦା କରାଯିବ ବୋଲି ସେ ସୂଚନା ଦେଇଛନ୍ତି।
ରାଜ୍ୟରେ ୧୬୦୦ ଆସିଷ୍ଟାଣ୍ଟ ପ୍ରଫେସର ପଦବୀ ଖାଲି ଥିବା ଦାବି ସହ MMDR, ପେପର୍ ଲିକ୍ ଏବଂ ମହିଳା ସୁରକ୍ଷା ଭଳି ପ୍ରସଙ୍ଗକୁ ନେଇ ବିଜୁ ଛାତ୍ର ଜନତା ଦଳ ଛାତ୍ରଛାତ୍ରୀଙ୍କ ପାଖକୁ ଯିବ ବୋଲି ଇପ୍ସିତା କହିଛନ୍ତି।
ଏଥିସହ ଜେନ୍-ଜି ଯୁବପିଢ଼ି ଏବେ ବିଜେପି ବିରୋଧରେ ଥିବା ଦାବି କରିଛନ୍ତି ଇପ୍ସିତା। ଏହାର ପ୍ରତିଫଳନ ଆଗାମୀ ଛାତ୍ର ସଂସଦ ନିର୍ବାଚନରେ ଦେଖିବାକୁ ମିଳିବ ବୋଲି ସେ କହିଛନ୍ତି।
