ରାଜନୀତି ରାଜ୍ୟ ଲାଇଫ ଷ୍ଟାଇଲ ସାମାଜିକ ସ୍ୱତନ୍ତ୍ର

ଛାତ୍ର ସଂସଦ ନିର୍ବାଚନ କରି କଥା ରଖିଲେ ମୁଖ୍ୟମନ୍ତ୍ରୀ: ଅଭିଳାଷ ପଣ୍ଡା

Spread the love

ଭୁବନେଶ୍ୱର: ରାଜ୍ୟରେ ଛାତ୍ର ସଂସଦ ନିର୍ବାଚନ କରାଇବାକୁ ସରକାର ପୂର୍ବରୁ ସକାରାତ୍ମକ ଥିବା ସ୍ପଷ୍ଟ କରିଥିଲେ। ନିର୍ବାଚନୀ ଇସ୍ତାହାରରେ ଦିଆଯାଇଥିବା ପ୍ରତିଶ୍ରୁତିକୁ ଏବେ ସରକାର ପୂରଣ କରିଛନ୍ତି ବୋଲି ଅଭିଳାଷ ପଣ୍ଡା କହିଛନ୍ତି।

ଛାତ୍ର ସଂସଦ ନିର୍ବାଚନ ପାଇଁ ପଦକ୍ଷେପ ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ‘କଥା ଦେଇ କଥା ରଖିଛନ୍ତି’ ବୋଲି ସେ କହିବା ସହ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି।

ଅଭିଳାଷ ପଣ୍ଡା ଅଭିଯୋଗ କରିଛନ୍ତି ଯେ, ପୂର୍ବ ସରକାର ସମୟରେ ଛାତ୍ର ସଂସଦ ନିର୍ବାଚନକୁ ବନ୍ଦ କରାଯାଇଥିଲା। ବର୍ତ୍ତମାନର ମୋହନ ସରକାର ନିର୍ବାଚନ ପାଇଁ ବାଟ ଖୋଲିବା ସହ ନୂଆ ଛାତ୍ର ନେତୃତ୍ୱ ସୃଷ୍ଟି ପାଇଁ ସୁଯୋଗ ଦେଇଛନ୍ତି ବୋଲି ସେ କହିଛନ୍ତି।

ଦୀର୍ଘଦିନ ଧରି ଛାତ୍ର ସଂସଦ ନିର୍ବାଚନ ନ ହେବା କାରଣରୁ ଛାତ୍ରଛାତ୍ରୀଙ୍କ ସ୍ୱର ପ୍ରଶାସନ ନିକଟରେ ଠିକ୍ ଭାବେ ପହଞ୍ଚି ପାରୁନଥିଲା। ଏବେ ନିର୍ବାଚିତ ଛାତ୍ର ପ୍ରତିନିଧିଙ୍କ ମାଧ୍ୟମରେ ସେମାନଙ୍କ ସ୍ୱର ସରକାର ଓ ପ୍ରଶାସନ ନିକଟରେ ପହଞ୍ଚିପାରିବ ବୋଲି ସେ ମତ ରଖିଛନ୍ତି।

ଏହାସହ କଂଗ୍ରେସକୁ ଟାର୍ଗେଟ କରି ଅଭିଳାଷ କହିଛନ୍ତି, କଂଗ୍ରେସ ଛାତ୍ର ସଂସଦ ନିର୍ବାଚନ କଥା କହୁଥିଲେ ମଧ୍ୟ ଏବେ ସେମାନଙ୍କ ପାଖରେ ପ୍ରାର୍ଥୀ ନାହାନ୍ତି। ନିର୍ବାଚନ ପୂର୍ବରୁ କଂଗ୍ରେସ କାହିଁକି ‘ଅସ୍ତ୍ର ପକାଇ ଦେଉଛି’ ବୋଲି ସେ ପ୍ରଶ୍ନ କରିଛନ୍ତି।

ବିଜେଡି ଉପରେ ମଧ୍ୟ ବର୍ଷିଛନ୍ତି ଅଭିଳାଷ। ପୂର୍ବରୁ ବିଜେଡି ଷଡ଼ଯନ୍ତ୍ର କରି ଛାତ୍ର ସଂସଦ ନିର୍ବାଚନ ବନ୍ଦ କରିଥିଲା ବୋଲି ସେ ଅଭିଯୋଗ କରିଛନ୍ତି।

Leave a Reply

Your email address will not be published. Required fields are marked *