‘ଟ୍ରିପଲ ଇଞ୍ଜିନ ସରକାର ଖୁବଶୀଘ୍ର ମହାନଦୀ ସମସ୍ୟାର ସମାଧାନ କରିବ’
ଭୁବନେଶ୍ୱର: ମହାନଦୀ ଜଳ ବିବାଦକୁ ନେଇ ପୂର୍ବ ସରକାରକୁ ଦାୟୀ କରିଛନ୍ତି ସରକାରୀ ଦଳର ମୁଖ୍ୟ ସଚେତକ ସରୋଜ ପ୍ରଧାନ। ମହାନଦୀ ଜଳ ସମସ୍ୟା ପୂର୍ବ ସରକାରର ଭୁଲର ପରିଣାମ ବୋଲି ସେ ଅଭିଯୋଗ କରିବା ସହ ବର୍ତ୍ତମାନର ‘ଟ୍ରିପଲ ଇଞ୍ଜିନ ସରକାର’ ଖୁବଶୀଘ୍ର ଏହାର ସମାଧାନ କରିବ ବୋଲି ଦାବି କରିଛନ୍ତି।
ସରୋଜ ପ୍ରଧାନ କହିଛନ୍ତି, ମହାନଦୀ ଜଳ ବିବାଦକୁ ନେଇ ଓଡ଼ିଶା ଓ ଛତିଶଗଡ଼ ସରକାର ସହିତ ଆଲୋଚନା ହୋଇଛି। ଏହାସହ କେନ୍ଦ୍ରୀୟ ଜଳ ଆୟୋଗ (CWC) ସହିତ ମଧ୍ୟ ଆଲୋଚନା ଜାରି ରହିଛି। ଏହି ପ୍ରକ୍ରିୟା ମାଧ୍ୟମରେ ଖୁବଶୀଘ୍ର ମହାନଦୀ ସମସ୍ୟାର ସମାଧାନ ବାହାରିବ ବୋଲି ସେ ଆଶା ପ୍ରକାଶ କରିଛନ୍ତି।
“ବିରୋଧୀ ଦଳ ତାଙ୍କ କାମ କରିବେ। କିନ୍ତୁ ମହାନଦୀ ଜଳ ସମସ୍ୟା ପୂର୍ବ ସରକାରର ଭୁଲ। ଆମ ସରକାର ଆସିବା ପରେ ଏହି ପ୍ରସଙ୍ଗରେ ଚର୍ଚ୍ଚା ଓ ଆଲୋଚନା ଆଗକୁ ବଢ଼ିଛି। ଖୁବଶୀଘ୍ର ଆମେ ସମସ୍ୟାର ସମାଧାନ କରିବୁ,” ବୋଲି ସରୋଜ ପ୍ରଧାନ କହିଛନ୍ତି।
ମହାନଦୀ ଜଳ ବଣ୍ଟନକୁ ନେଇ ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ ଦୀର୍ଘଦିନ ଧରି ବିବାଦ ରହିଆସିଛି। ଏବେ ଦୁଇ ରାଜ୍ୟ ଓ କେନ୍ଦ୍ର ସ୍ତରରେ ଆଲୋଚନା ଜାରି ରହିଥିବାବେଳେ ସମସ୍ୟାର ଶୀଘ୍ର ସମାଧାନ ହେବ ବୋଲି ସରକାରୀ ପକ୍ଷ ଆଶା ପ୍ରକାଶ କରୁଛି।
ବାଇଟ୍: ସରୋଜ ପ୍ରଧାନ, ସରକାରୀ ଦଳ ମୁଖ୍ୟ ସଚେତକ
