ଭୁବନେଶ୍ୱର: ବିଧାନସଭାର ମୌସୁମୀ ଅଧିବେଶନ ପୂର୍ବରୁ ଆରମ୍ଭ ହୋଇଛି ବିଜୁ ଜନତା ଦଳର ବିଧାୟକ ଦଳ ବୈଠକ। ଶଙ୍ଖ ଭବନରେ ବିଜେଡି ସଭାପତି ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଚାଲିଛି।
ଆସନ୍ତାକାଲିଠାରୁ ବିଧାନସଭାର ମୌସୁମୀ ଅଧିବେଶନ ଆରମ୍ଭ ହେବାକୁ ଥିବାରୁ ଗୃହରେ ଦଳର ରଣନୀତି କ’ଣ ରହିବ, ସେନେଇ ବୈଠକରେ ଆଲୋଚନା ହେଉଛି। ବିଧାୟକମାନଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରି ଦଳ ନିଜର ରଣନୀତି ଚୂଡ଼ାନ୍ତ କରୁଛି।
ବିଶେଷକରି MMDR, ପାଠ୍ୟପୁସ୍ତକରେ ତ୍ରୁଟି, ଚାଷୀ ସମସ୍ୟା ଓ ରାଜ୍ୟର ଆଇନଶୃଙ୍ଖଳା ପରିସ୍ଥିତି ଭଳି ପ୍ରସଙ୍ଗକୁ ବିଧାନସଭାରେ ଉଠାଇବାକୁ ବିଜେଡି ପ୍ରସ୍ତୁତି କରୁଛି। ଏସବୁ ପ୍ରସଙ୍ଗରେ ସରକାରଙ୍କଠାରୁ ଜବାବ ମାଗିବା ସହ ଗୃହରେ ସରକାରକୁ ଘେରିବା ପାଇଁ ଦଳ ରଣନୀତି ପ୍ରସ୍ତୁତ କରୁଥିବା ସୂଚନା ମିଳିଛି।
ମୌସୁମୀ ଅଧିବେଶନରେ କେଉଁ ପ୍ରସଙ୍ଗକୁ ବିଜେଡି ପ୍ରାଥମିକତା ଦେବ ଏବଂ ଗୃହରେ ଦଳର ଆଭିମୁଖ୍ୟ କ’ଣ ରହିବ, ତାହା ଉପରେ ଏବେ ନଜର ରହିଛି।
