ରାଜନୀତି ରାଜ୍ୟ ସାମାଜିକ ସ୍ୱତନ୍ତ୍ର

ଦଳକୁ ଚଳଚଞ୍ଚଳ କରିବାକୁ ବିଜେଡିର ‘ବିଧାନସଭା ବନ୍ଦ’ ଏଜେଣ୍ଡା: ଅଶୋକ ମହାନ୍ତି

Spread the love

ବିଜେଡିରେ ନେତୃତ୍ୱ ସଙ୍କଟ; ସୁଜାତା କହୁଛନ୍ତି MMDR, ବିଧାୟକ କହୁଛନ୍ତି ବହି ତ୍ରୁଟି: ବିଜେପି ବିଧାୟକଙ୍କ ଅଭିଯୋଗ

ଭୁବନେଶ୍ୱର: ବିଧାନସଭାରେ ବିରୋଧୀ ବିଜେଡିର ପ୍ରତିବାଦକୁ ନେଇ ଦଳ ଉପରେ ବର୍ଷିଛନ୍ତି ବିଜେପି ବିଧାୟକ ଅଶୋକ ମହାନ୍ତି। ବିଜେଡିରେ ନେତୃତ୍ୱ ସଙ୍କଟ ଦେଖାଦେଇଛି ଏବଂ ଦଳକୁ ଚଳଚଞ୍ଚଳ ରଖିବା ପାଇଁ ବିଧାନସଭାକୁ ଅଚଳ କରିବାର ଏଜେଣ୍ଡା ନିଆଯାଇଛି ବୋଲି ସେ ଅଭିଯୋଗ କରିଛନ୍ତି।

ଅଶୋକ ମହାନ୍ତିଙ୍କ କହିବା ଅନୁସାରେ, ବିଜେଡି ଭିତରେ କେଉଁ ପ୍ରସଙ୍ଗକୁ ନେଇ ଗୃହରେ ଆଲୋଚନା କରାଯିବ, ସେନେଇ ନେତାମାନଙ୍କ ମଧ୍ୟରେ ସମନ୍ୱୟର ଅଭାବ ଦେଖାଯାଉଛି। ଦଳର ନେତ୍ରୀ ସୁଜାତା MMDR ପ୍ରସଙ୍ଗ ଉଠାଉଥିବା ବେଳେ ବିଜେଡି ବିଧାୟକମାନେ ବହିରେ ତ୍ରୁଟି ପ୍ରସଙ୍ଗ ଉଠାଇ ଆଲୋଚନା ଦାବି କରୁଛନ୍ତି ବୋଲି ସେ କହିଛନ୍ତି।

ବହି ତ୍ରୁଟି ପ୍ରସଙ୍ଗରେ ଆଲୋଚନା ପାଇଁ ସରକାର ପ୍ରସ୍ତୁତ ଥିବା ଅଶୋକ ମହାନ୍ତି ଦାବି କରିଛନ୍ତି। ବିରୋଧୀ ଯେଉଁ ପ୍ରସଙ୍ଗ ଉଠାଇବେ, ତାହାର ଉତ୍ତର ଦେବାକୁ ମଧ୍ୟ ସରକାର ପ୍ରସ୍ତୁତ ଥିବା ସେ କହିଛନ୍ତି।

ବିଧାନସଭାର ମୂଲ୍ୟବାନ ସମୟ ନଷ୍ଟ ନକରି ଗୃହରେ ଆଲୋଚନାରେ ଭାଗ ନେବାକୁ ବିରୋଧୀଙ୍କୁ ଆହ୍ୱାନ କରିଛନ୍ତି ଅଶୋକ ମହାନ୍ତି। ବିଜେଡି ନେତାମାନେ ପରସ୍ପର ମଧ୍ୟରେ ସମନ୍ୱୟ ରଖି ପ୍ରଥମେ କେଉଁ ପ୍ରସଙ୍ଗରେ ଆଲୋଚନା ଚାହୁଁଛନ୍ତି ତାହା ସ୍ପଷ୍ଟ କରନ୍ତୁ ବୋଲି ସେ କହିଛନ୍ତି।

Leave a Reply

Your email address will not be published. Required fields are marked *