Economy ବୈଦେଶିକ ବ୍ୟାପାର ରାଜନୀତି ରାଜ୍ୟ ସାମାଜିକ ସ୍ୱତନ୍ତ୍ର

MMDR ନେଇ ମୁଖ୍ୟମନ୍ତ୍ରୀ ପ୍ରେସମିଟ୍ କରନ୍ତୁ: କଂଗ୍ରେସ

Spread the love

ସଂଶୋଧିତ ଆଇନ ଓଡ଼ିଶାରେ ଲାଗୁ ହେବ ନାହିଁ ବୋଲି ରାଜ୍ୟବାସୀଙ୍କୁ ସ୍ପଷ୍ଟ କରନ୍ତୁ ମୁଖ୍ୟମନ୍ତ୍ରୀ: ତାରା ପ୍ରସାଦ ବାହିନୀପତି

ଭୁବନେଶ୍ୱର: ସଂଶୋଧିତ MMDR ଆଇନକୁ ନେଇ ରାଜ୍ୟରେ ଜାରି ରହିଥିବା ରାଜନୈତିକ ବିବାଦ ମଧ୍ୟରେ ମୁଖ୍ୟମନ୍ତ୍ରୀ ପ୍ରେସମିଟ୍ କରି ନିଜ ଆଭିମୁଖ୍ୟ ସ୍ପଷ୍ଟ କରନ୍ତୁ ବୋଲି ଦାବି କରିଛି କଂଗ୍ରେସ। ସଂଶୋଧିତ MMDR ଆଇନ ଓଡ଼ିଶାରେ ଲାଗୁ ହେବ ନାହିଁ ବୋଲି ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କୁ ସ୍ପଷ୍ଟ ଭାବେ କୁହନ୍ତୁ ବୋଲି କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି କହିଛନ୍ତି।

ତାରା ପ୍ରସାଦ ବାହିନୀପତିଙ୍କ କହିବା ଅନୁସାରେ, ମୁଖ୍ୟମନ୍ତ୍ରୀ ପ୍ରେସମିଟ୍ କରି ଏନେଇ ସ୍ପଷ୍ଟୀକରଣ ଦେବା ପରେ ବିଧାନସଭା ସ୍ୱାଭାବିକ ଭାବେ ଚାଲିପାରିବ। MMDR ଆଇନର ସଂଶୋଧନ ଦ୍ୱାରା ଓଡ଼ିଶାର ଅଧିକାର କ୍ଷୁଣ୍ଣ ହେଉଛି ବୋଲି କଂଗ୍ରେସ ଅଭିଯୋଗ କରିବା ସହ ଏହାକୁ ପ୍ରତ୍ୟାହାର କରିବାକୁ ଦାବି କରୁଛି।

ଏହି ପ୍ରସଙ୍ଗକୁ ନେଇ ଆଜି ବିଧାନସଭାରେ କଂଗ୍ରେସ ବିଧାୟକମାନେ ଅଭିନବ ଉପାୟରେ ପ୍ରତିବାଦ କରିଥିବା କହିଛନ୍ତି ବାହିନୀପତି। MMDR ସଂଶୋଧନକୁ ନେଇ ରାଜ୍ୟ ସରକାର ନିଜ ଆଭିମୁଖ୍ୟ ସ୍ପଷ୍ଟ ନକରିବା ପର୍ଯ୍ୟନ୍ତ କଂଗ୍ରେସ ଏହି ପ୍ରସଙ୍ଗ ଉଠାଇବ ବୋଲି ତାଙ୍କ ବୟାନରୁ ସ୍ପଷ୍ଟ ହୋଇଛି।

Leave a Reply

Your email address will not be published. Required fields are marked *