ଦୁର୍ଘଟଣା ରାଜନୀତି ରାଜ୍ୟ ଲାଇଫ ଷ୍ଟାଇଲ ସାମାଜିକ ସ୍ୱତନ୍ତ୍ର

ଶଙ୍ଖ ଭବନରେ ସ୍ମୃତି ଶ୍ରଦ୍ଧାଞ୍ଜଳି ସଭା, ସନ୍ଧ୍ୟାରାଣୀ ବିଶ୍ୱାଳଙ୍କୁ ମନେ ପକାଇଲା ବିଜେଡି

Spread the love

ଭୁବନେଶ୍ୱର: ଶଙ୍ଖ ଭବନରେ ବିଜୁ ଜନତା ଦଳ ପକ୍ଷରୁ ବରିଷ୍ଠ ନେତ୍ରୀ ସ୍ୱର୍ଗତ ସନ୍ଧ୍ୟାରାଣୀ ବିଶ୍ୱାଳଙ୍କ ସ୍ମୃତିରେ ଶ୍ରଦ୍ଧାଞ୍ଜଳି ସଭା ଆୟୋଜିତ ହୋଇଯାଇଛି। ଦଳର ବରିଷ୍ଠ ନେତା, ନେତ୍ରୀ ଓ କର୍ମୀମାନେ ଏଥିରେ ସାମିଲ ହୋଇ ସ୍ୱର୍ଗତ ବିଶ୍ୱାଳଙ୍କୁ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ।

ସ୍ମୃତି ସଭାରେ ବିଜେଡିର ବରିଷ୍ଠ ନେତା ଦେବୀ ମିଶ୍ର, ପ୍ରମିଳା ମଲ୍ଲିକ ଓ ସ୍ନେହାଙ୍ଗିନୀ ଛୁରିଆଙ୍କ ସମେତ ବହୁ ନେତୃବୃନ୍ଦ ଉପସ୍ଥିତ ଥିଲେ। ବିଜୁ ମହିଳା ଜନତା ଦଳର ନେତ୍ରୀ ଓ କର୍ମୀମାନେ ମଧ୍ୟ ବହୁ ସଂଖ୍ୟାରେ ଯୋଗଦେଇ ସନ୍ଧ୍ୟାରାଣୀ ବିଶ୍ୱାଳଙ୍କ ସ୍ମୃତିଚାରଣ କରିଥିଲେ।

ଦଳୀୟ ନେତାମାନେ ସ୍ମୃତିଚାରଣ କରି କହିଥିଲେ ଯେ, ସନ୍ଧ୍ୟାରାଣୀ ବିଶ୍ୱାଳ ବିଜୁ ମହିଳା ଜନତା ଦଳର ଜଣେ ପ୍ରମୁଖ ସଂଗଠକ ଥିଲେ। ଦୀର୍ଘଦିନ ଧରି ସେ ନିସ୍ୱାର୍ଥପର ଭାବେ ଦଳ ପାଇଁ କାର୍ଯ୍ୟ କରିବା ସହ ମହିଳା ସଶକ୍ତିକରଣ ଦିଗରେ ମଧ୍ୟ ସକ୍ରିୟ ଭୂମିକା ନିର୍ବାହ କରିଥିଲେ।

ଦଳର ନେତା ଓ କର୍ମୀଙ୍କ ସହ ତାଙ୍କର ଘନିଷ୍ଠ ସମ୍ପର୍କ ରହିଥିବା ବେଳେ ସଂଗଠନକୁ ସୁଦୃଢ଼ କରିବାରେ ତାଙ୍କ ଅବଦାନକୁ ଉପସ୍ଥିତ ନେତାମାନେ ସ୍ମରଣ କରିଥିଲେ। ତାଙ୍କ ବିୟୋଗ ବିଜୁ ଜନତା ଦଳ ପାଇଁ ଏକ ବଡ଼ କ୍ଷତି ବୋଲି ଦଳୀୟ ନେତାମାନେ କହିବା ସହ ତାଙ୍କ ସ୍ମୃତି ଓ କାର୍ଯ୍ୟ ସଦା ସ୍ମରଣୀୟ ହୋଇ ରହିବ ବୋଲି ପ୍ରକାଶ କରିଥିଲେ।

Leave a Reply

Your email address will not be published. Required fields are marked *