ରାଜନୀତି ରାଜ୍ୟ ସାମାଜିକ ସ୍ୱତନ୍ତ୍ର

ବିଧାନସଭା ଅଚଳାବସ୍ଥାକୁ ନେଇ ବିରୋଧୀଙ୍କୁ ଇରାଶିଷ ଆଚାର୍ଯ୍ୟଙ୍କ ଟାର୍ଗେଟ

Spread the love

‘ରାଜ୍ୟବାସୀଙ୍କ ସମସ୍ୟା ଛାଡ଼ି ହୋହଲ୍ଲାରେ ବ୍ୟସ୍ତ ବିରୋଧୀ, MMDR ନାଁରେ ଲୋକଙ୍କୁ ଭ୍ରମିତ କରୁଛି ବିଜେଡି’

ଭୁବନେଶ୍ୱର: ବିଧାନସଭାରେ ଲଗାତାର ଅଚଳାବସ୍ଥାକୁ ନେଇ ବିରୋଧୀ ବିଜେଡି ଓ କଂଗ୍ରେସକୁ ଟାର୍ଗେଟ କରିଛନ୍ତି ବିଜେପି ବିଧାୟକ ଇରାଶିଷ ଆଚାର୍ଯ୍ୟ। ଗତ ୪ ଦିନ ଧରି ବିରୋଧୀ ଦଳର ବିଧାୟକମାନେ ହୋହଲ୍ଲା ଓ ନାରାବାଜି କରି ଗୃହକାର୍ଯ୍ୟ ଚାଲିବାକୁ ଦେଉନଥିବା ସେ ଅଭିଯୋଗ କରିଛନ୍ତି।

ଇରାଶିଷ କହିଛନ୍ତି, ବିଧାନସଭା ହେଉଛି ଗଣତନ୍ତ୍ରର ମନ୍ଦିର ଏବଂ ଏଠାରେ ରାଜ୍ୟର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା ହେବା କଥା। କିନ୍ତୁ ବିରୋଧୀ ବିଜେଡି ଓ କଂଗ୍ରେସ ବିଧାୟକଙ୍କ ହୋହଲ୍ଲା ଯୋଗୁଁ ଗୃହକାର୍ଯ୍ୟ ବାଧାପ୍ରାପ୍ତ ହେଉଥିବା ସେ କହିଛନ୍ତି।

ବନ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟୟ ସମୟରେ ରାଜସ୍ୱ ମନ୍ତ୍ରୀ ଗୃହରେ ତଥ୍ୟ ରଖୁଥିବା ବେଳେ ବିରୋଧୀ ଏହା ଉପରେ ଆଲୋଚନା କରୁନଥିବା ନେଇ ମଧ୍ୟ ସେ ପ୍ରଶ୍ନ ଉଠାଇଛନ୍ତି। ଏଥିରୁ ବିରୋଧୀ ରାଜ୍ୟବାସୀଙ୍କ ସମସ୍ୟାକୁ ଗୁରୁତ୍ୱ ଦେଉନଥିବା ଜଣାପଡ଼ୁଛି ବୋଲି ଇରାଶିଷ ଅଭିଯୋଗ କରିଛନ୍ତି।

ସେହିପରି MMDR ପ୍ରସଙ୍ଗରେ ମଧ୍ୟ ବିଜେଡି ଓ ବିରୋଧୀ ଦଳ ନେତାଙ୍କୁ ସେ ନିଶାନା କରିଛନ୍ତି। MMDRକୁ ନେଇ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବର୍ତ୍ତମାନର ବିରୋଧୀ ଦଳ ନେତା ଲୋକଙ୍କୁ ଭ୍ରମିତ କରିବାକୁ ଚେଷ୍ଟା କରୁଥିବା ଇରାଶିଷ ଆଚାର୍ଯ୍ୟ ଅଭିଯୋଗ କରିଛନ୍ତି।

“ବିଜେଡି ନିଜକୁ ବଞ୍ଚାଇବା ପାଇଁ ଶେଷ ଲଢ଼େଇ ଲଢ଼ୁଥିବା ଭଳି ଲାଗୁଛି,” ବୋଲି ବିଜେପି ବିଧାୟକ ଇରାଶିଷ ଆଚାର୍ଯ୍ୟ କହିଛନ୍ତି।

Leave a Reply

Your email address will not be published. Required fields are marked *