Business Economy ଅର୍ଥନୀତି ରାଜନୀତି ରାଜ୍ୟ ଲାଇଫ ଷ୍ଟାଇଲ ସାମାଜିକ ସ୍ୱତନ୍ତ୍ର

UPI ପେମେଣ୍ଟରେ ଗ୍ରାହକଙ୍କୁ ଦେବାକୁ ପଡ଼ିବନି ଚାର୍ଜ: ସୁଜିତ୍ କୁମାର

Spread the love

୨ ହଜାରରୁ ଅଧିକ କମର୍ସିଆଲ କାରବାରରେ ବ୍ୟବସାୟୀ ଦେବେ ୦.୪% MDR

୯୬% ମର୍ଚ୍ଚାଣ୍ଟ କାରବାର ନୂଆ ଚାର୍ଜର ପରିସର ବାହାରେ

ଭୁବନେଶ୍ୱର: UPI ପେମେଣ୍ଟ ବ୍ୟବସ୍ଥାରେ ନୂଆ Merchant Discount Rate (MDR)କୁ ନେଇ ସାଧାରଣ ଲୋକଙ୍କ ମଧ୍ୟରେ ଭ୍ରମ ସୃଷ୍ଟି କରାଯାଉଥିବା କହିଛନ୍ତି ରାଜ୍ୟସଭା ସାଂସଦ ସୁଜିତ୍ କୁମାର। ଏହି ବ୍ୟବସ୍ଥା ଦେଶର ଡିଜିଟାଲ ପେମେଣ୍ଟ ଇକୋସିଷ୍ଟମକୁ ଆହୁରି ମଜଭୁତ କରିବ ବୋଲି ସେ କହିଛନ୍ତି।

ସୁଜିତ୍ କୁମାରଙ୍କ କହିବା ଅନୁସାରେ, ୨ ହଜାର ଟଙ୍କାରୁ ଅଧିକ ନିର୍ଦ୍ଦିଷ୍ଟ Person-to-Merchant (P2M) UPI କାରବାରରେ ୦.୪ ପ୍ରତିଶତ MDR ଲାଗୁ ହେବ। ଏହି ଚାର୍ଜ ଗ୍ରାହକଙ୍କୁ ଦେବାକୁ ପଡ଼ିବ ନାହିଁ; ଯୋଗ୍ୟ କାରବାର କ୍ଷେତ୍ରରେ ବ୍ୟବସାୟୀଙ୍କ ଉପରେ ଏହା ଲାଗୁ ହେବ।

ସେ କହିଛନ୍ତି, ମୋଟ merchant UPI କାରବାରର ପ୍ରାୟ ୪ ପ୍ରତିଶତ ଏହି ବ୍ୟବସ୍ଥାର ପରିସରକୁ ଆସିବ। ଅର୍ଥାତ୍ ପ୍ରାୟ ୯୬ ପ୍ରତିଶତ merchant transaction ଏହାର ପରିସର ବାହାରେ ରହିବ। ଛୋଟ ମୂଲ୍ୟର ଦୈନନ୍ଦିନ UPI ପେମେଣ୍ଟ ଏବଂ ନିୟମ ଅନୁସାରେ ଛାଡ଼ ପାଉଥିବା କାରବାର ଉପରେ ଏହାର ପ୍ରଭାବ ପଡ଼ିବ ନାହିଁ।

“ସାଧାରଣ ଲୋକଙ୍କୁ UPI ପେମେଣ୍ଟ ପାଇଁ କୌଣସି ଅତିରିକ୍ତ ଦେୟ ଦେବାକୁ ପଡ଼ିବ ନାହିଁ। ଏହାକୁ ନେଇ ଲୋକଙ୍କୁ ଭ୍ରମିତ କରାଯାଉଛି। ନୂଆ ବ୍ୟବସ୍ଥା UPIର ଡିଜିଟାଲ ଇକୋସିଷ୍ଟମକୁ ଆହୁରି ସୁଦୃଢ଼ କରିବ,” ବୋଲି ସୁଜିତ୍ କୁମାର କହିଛନ୍ତି।

ନୂଆ MDR ବ୍ୟବସ୍ଥା ଅନୁସାରେ ଗ୍ରାହକଙ୍କ ଉପରେ ଏହି ଚାର୍ଜ ନ ଲଗାଇବାକୁ ବ୍ୟାଙ୍କଗୁଡ଼ିକୁ କୁହାଯାଇଛି। ବ୍ୟକ୍ତିରୁ ବ୍ୟକ୍ତି (P2P) UPI ଟଙ୍କା ପଠାଣ ମଧ୍ୟ ଏହି MDRର ପରିସରରେ ନାହିଁ।

ବାଇଟ୍ — ସୁଜିତ୍ କୁମାର, ରାଜ୍ୟସଭା ସାଂସଦ

Leave a Reply

Your email address will not be published. Required fields are marked *