ରାଜନୀତି ରାଜ୍ୟ ସାମାଜିକ ସ୍ୱତନ୍ତ୍ର

ଓଡ଼ିଶା ବନ୍ଦକୁ ସଫଳ କରିବାକୁ ଆହ୍ୱାନ; ଅତ୍ୟାବଶ୍ୟକ ସେବା ଓ ପରୀକ୍ଷାକୁ ବାଦ୍

Spread the love

ଭୁବନେଶ୍ୱର: ଆସନ୍ତାକାଲି ଇଣ୍ଡିଆ ବ୍ଲକ୍ ପକ୍ଷରୁ ଦିଆଯାଇଥିବା ଓଡ଼ିଶା ବନ୍ଦକୁ ସଫଳ କରିବା ପାଇଁ ବିଭିନ୍ନ ସଂଗଠନ ଓ ରାଜ୍ୟବାସୀଙ୍କ ସହଯୋଗ ଲୋଡ଼ିଛି କଂଗ୍ରେସ। ଏହି ଲଢ଼େଇ ଜନସାଧାରଣଙ୍କର ଏବଂ ରାଜ୍ୟର ବୃହତ୍ତର ସ୍ୱାର୍ଥ ପାଇଁ ବୋଲି କହିଛନ୍ତି କଂଗ୍ରେସ ଉପସଭାପତି ସନ୍ତୋଷ ସିଂ ସାଲୁଜା।

ସାଲୁଜା କହିଛନ୍ତି, “ଏହି ଲଢ଼େଇ ଜନସାଧାରଣଙ୍କର। ରାଜ୍ୟର ବୃହତ୍ତର ସ୍ୱାର୍ଥ ପାଇଁ ଆମେ ଓଡ଼ିଶାବାସୀଙ୍କୁ ଅନୁରୋଧ କରୁଛୁ, ଇଣ୍ଡିଆ ବ୍ଲକ୍‌କୁ ସହଯୋଗ କରନ୍ତୁ।” ବନ୍ଦକୁ ସଫଳ କରିବା ପାଇଁ ବିଭିନ୍ନ ଅନୁଷ୍ଠାନ ଓ ସଂଗଠନକୁ ମଧ୍ୟ ସହଯୋଗ ପାଇଁ ଅନୁରୋଧ କରାଯାଇଛି।

ତେବେ ବନ୍ଦ ସମୟରେ ଅତ୍ୟାବଶ୍ୟକ ସେବାକୁ ବାଦ୍ ଦିଆଯିବ ବୋଲି କଂଗ୍ରେସ ପକ୍ଷରୁ ସ୍ପଷ୍ଟ କରାଯାଇଛି। ସେହିପରି କେତେକ ଶିକ୍ଷାନୁଷ୍ଠାନରେ ପରୀକ୍ଷା ଥିବାରୁ ପରୀକ୍ଷା ସମ୍ପର୍କିତ କାର୍ଯ୍ୟକୁ ମଧ୍ୟ ବନ୍ଦରୁ ବାଦ୍ ଦିଆଯିବ ବୋଲି କୁହାଯାଇଛି।

ଏହି ଓଡ଼ିଶା ବନ୍ଦ ପଛରେ ଇଣ୍ଡିଆ ବ୍ଲକ୍ ପକ୍ଷରୁ ମୁଖ୍ୟତଃ ଚାରିଟି ଦାବି ଉଠାଯାଇଛି—

  1. MMDR ସଂଶୋଧନ ବିଲ୍ ପ୍ରତ୍ୟାହାର କରାଯାଉ।
  2. SIR ପ୍ରକ୍ରିୟାକୁ ବାଦ୍ ଦିଆଯାଉ ଏବଂ ମୁଖ୍ୟ ନିର୍ବାଚନ ଆୟୁକ୍ତଙ୍କ ଗିରଫ ଦାବି।
  3. ପାଠ୍ୟପୁସ୍ତକରେ ତ୍ରୁଟି ପ୍ରସଙ୍ଗରେ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ଇସ୍ତଫା।
  4. ବନ୍ୟା ପୀଡ଼ିତଙ୍କୁ ଉପଯୁକ୍ତ ସହାୟତା ପ୍ରଦାନ।

ଏହି ସବୁ ଦାବିକୁ ନେଇ ଆସନ୍ତାକାଲିର ବନ୍ଦକୁ ସଫଳ କରିବା ପାଇଁ ଇଣ୍ଡିଆ ବ୍ଲକ୍ ପକ୍ଷରୁ ରାଜ୍ୟବାସୀଙ୍କ ସହଯୋଗ ଲୋଡ଼ାଯାଇଛି।

Leave a Reply

Your email address will not be published. Required fields are marked *