ରାଜନୀତି ରାଜ୍ୟ ଲାଇଫ ଷ୍ଟାଇଲ ସାମାଜିକ ସ୍ୱତନ୍ତ୍ର

୭ରେ ବିଜେପିର ‘ସେବା ଜ୍ୟୋତି ଯାତ୍ରା’, ମୋଦିଙ୍କ ୨୫ ବର୍ଷର ଜନସେବା ଯାତ୍ରାକୁ ନେଇ କାର୍ଯ୍ୟକ୍ରମ

Spread the love

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀ ଭାବେ ନରେନ୍ଦ୍ର ମୋଦିଙ୍କ ୨୫ ବର୍ଷ ପୂର୍ତ୍ତି ଅବସରରେ ଆସନ୍ତା ୭ ତାରିଖରେ ବିଜେପି ପକ୍ଷରୁ ‘ସେବା ଜ୍ୟୋତି ଯାତ୍ରା’ ଆୟୋଜନ କରାଯିବ। ଦେଶର ୭୫୦ଟି ଜିଲ୍ଲା ସହ ଭୁବନେଶ୍ୱର ଏବଂ ରାଜ୍ୟର ସମସ୍ତ ଜିଲ୍ଲା ମୁଖ୍ୟାଳୟରେ ଏହି କାର୍ଯ୍ୟକ୍ରମ ହେବ ବୋଲି ଶିଳ୍ପ ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ ସୂଚନା ଦେଇଛନ୍ତି।

ମନ୍ତ୍ରୀଙ୍କ କହିବା ଅନୁସାରେ, ଗୋଟିଏ ଦିନ ମଧ୍ୟ ଛୁଟି ନନେଇ ପ୍ରଧାନମନ୍ତ୍ରୀ ମୋଦି ରାଜ୍ୟ ଓ ଦେଶର ସେବାରେ ନିୟୋଜିତ ରହିଛନ୍ତି। ତାଙ୍କର ୨୫ ବର୍ଷର ସୁଶାସନ, ଗରିବ କଲ୍ୟାଣ ଏବଂ ବିକାଶ ଯାତ୍ରାର ବାର୍ତ୍ତାକୁ ଲୋକଙ୍କ ନିକଟରେ ପହଞ୍ଚାଇବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ।

କାର୍ଯ୍ୟକ୍ରମ ଅବସରରେ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ସମ୍ବୋଧିତ କରିବେ। ଏହାପରେ ସାମୂହିକ ଭାବେ ‘ବନ୍ଦେ ମାତରମ୍’ ଗାନ କରାଯିବ। ଗରିବ, ଯୁବ, ମହିଳା ଓ କୃଷକଙ୍କ କଲ୍ୟାଣ ଉପରେ କେନ୍ଦ୍ର ସରକାରଙ୍କ ଫୋକସ୍ ସମ୍ପର୍କରେ ଲୋକଙ୍କୁ ଅବଗତ କରାଯିବ।

ଏଥିସହ ସମାଜର ଶେଷ ସ୍ତରରେ ଥିବା ଲୋକଙ୍କ ପାଇଁ ସରକାରଙ୍କ ବିଭିନ୍ନ ଯୋଜନା ଓ କାର୍ଯ୍ୟକ୍ରମ ସମ୍ପର୍କରେ ସଚେତନ କରାଯିବ। ୨୦୪୭ ସୁଦ୍ଧା ‘ବିକଶିତ ଭାରତ’ ଗଠନ ଲକ୍ଷ୍ୟରେ କାର୍ଯ୍ୟକ୍ରମରେ ସାମୂହିକ ସଂକଳ୍ପ ପାଠ କରାଯିବ ବୋଲି ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ କହିଛନ୍ତି।

Leave a Reply

Your email address will not be published. Required fields are marked *